banner
Breaking

ଏଲପିଟିମ୍ ପକ୍ଷରୁ ବାଲିଯାତ୍ରା ପଡ଼ିଆ ସଫେଇ

0

ଭୁବନେଶ୍ୱର,୧୭/୧୧- ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଏଲପିଟିମ୍ ପକ୍ଷରୁ ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆ ସଫେଇ କରାଯାଇଛି। ଅନୁଷ୍ଠାନର ସଭାପତି ରମାକାନ୍ତ ସ୍ବାଇଁ ଓ ସମ୍ପାଦକ ଅନିରୁଦ୍ଧ ଲେଙ୍କାଙ୍କ ନେତୃତ୍ବରେ ଏଲପିଟିମର ସମସ୍ତ ସଦସ୍ୟ ଆଜି ସକାଳୁ ବାଲିଯାତ୍ରା ପଡ଼ିଆରେ ପହଞ୍ଚି ସଫେଇ କାର୍ଯ୍ୟ ଆରମ୍ଭ କରିଥିଲେ। ପଡ଼ିଆରେ ପଡ଼ିଥିବା ଷ୍ଟଲ୍ ଭିତର ଓ ବାହାର ସଫା କରିବା ସହିତ ମଞ୍ଚ ନିକଟ ଏବଂ ବାଲି ପଠାକୁ ଝାଡ଼ୁ କରି ସମସ୍ତ ଅଳିଆ ସଫା କରିଥିଲେ। ଏହି କାର୍ଯ୍ୟକ୍ରମରେ ଟିମର ବରିଷ୍ଠ ସଦସ୍ୟ ସମରେନ୍ଦ୍ର ସାହୁ,ପ୍ରଦୀପ ଦାସ, ଭଗବାନ ଦାଶଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ। ଏଲପିଟିମ୍ ର ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଂଚଳର ଲୋକମାନେ ପ୍ରଶଂସା କରୁଥିଲେ। ଗତକାଲି ଭୁବନେଶ୍ୱର ବାଲିଯାତ୍ରା ଶେଷ ହୋଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.