banner
Breaking

ଭୁବନେଶ୍ୱର ବାଲିଯାତ୍ରାରେ ମାଗଣାରେ ମିଳୁଛି ବିଭିନ୍ନ ବସ୍ତ୍ର

0

ଭୁବନେଶ୍ୱର : ଭୁନନେଶ୍ୱର ବାଲିଯାତ୍ରାରେ ଏକ ଷ୍ଟଲ ଲାଗିଛି ଯେଉଁ ଠାରେ ଶିଶୁ ମାନଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ନୂତନ ଓ ପୂରାତନ ପୋଷାକ ଓ ଶାଢି ମାଗଣାରେ ମିଳୁଛି । ଷ୍ଟଲ ଟିରେ ଲେଖା ଯାଇଛି ବଳକା ଥିଲେ ଦେଇ ଯାଆନ୍ତୁ, ଆବଶ୍ୟକ ଥିଲେ ନେଇ ଯାଆନ୍ତୁ । ପସଖା ଫାଉଣ୍ଡେସନ୍ ଟ୍ରଷ୍ଟ, ରେଡ୍ ସ୍ୱସ୍ତିକ ସୋସାଇଟି,ମାରଓାଡି ଯୁବ ମ, ହେଲ୍ପ ଇଣ୍ଡିଆ ଓ ଅନ୍ୟାନ୍ୟ ସାମାଜିକ ସଂଗଠନର ସହଯୋଗରେ ନିର୍ମିତ ଏହି ଷ୍ଟଲରେ ସମସ୍ତ ପ୍ରକାର ନୂତନ ଓ ପୂରାତନ ବସ୍ତ୍ର ମାଗଣାରେ ବନ କରାଯାଉଛି । ରଙ୍ଗମାଟିଆ ଗ୍ରାମର ବରିଷ୍ଠ ମୁରବୀ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ପରିଡାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ଷ୍ଟଲ ପକାଯାଇ ଗରିବ, ଅସହାୟ ମାନଙ୍କୁ ବସ୍ତ୍ର ବନ କରାଯାଉଛି ବୋଲି କହିଛନ୍ତି ଷ୍ଟଲର ମୁଖ୍ୟ ରୁବିନା ପରିଡା, ଗଗନ ପାଇଟଳ ଓ ପ୍ରଶାନ୍ତ ମହାନ୍ତି । ଆଜି ବାଲିଯାତ୍ରାର ପମ ଦିନ । ଦ୍ୱିତୀୟ ଶନିବାର ଛୁଟି ଦିନ ହେତୁ ପ୍ରବଳ ଭିଡ ହୋଇଥିଲା । ଗାଁ ଗହଳି ଠାରୁ ସହର ପର୍ଯ୍ୟନ୍ତ ଅନେକ ଲୋକ ବାଲିଯାତ୍ରା ବୁଲିବା ସହିତ ବିଭିନ୍ନ ଘର ଉପକରଣ ସାମଗ୍ରୀ କିଣୁ ଥିବାର ନଜର ଆସିଥିଲା । ପ୍ରଥମ ମରେ ପାରମ୍ପରିକ ଓଡିଶୀ ନୃତ୍ୟ, ସଂକ୍ରୀନ ଓ ସ୍କୁଲ ପିଲାଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିଲା ବେଳେ ଦ୍ୱିତୀୟ ମରେ ପଣ୍ଠଶିଳ୍ପୀ ଦିପ୍ତିରେଖା ଓ ଆଶୁତୋଷଙ୍କ କଣ୍ଠର ଯାଦୁରେ ଦର୍ଶକ ମତୁଆଲା ହୋଇଥିଲେ । ସମସ୍ତ ପ୍ରକାର ଜିନିଷ ମିଳୁଥିବାରୁ ନାହିଁ ନଥିବା ଭିଡ ହେଉଛି । ଗତକାଲି ରାତି ନଅଟା ସୁଧା ନବେଭାଗ ଖାଦ୍ୟ ଷ୍ଟଲରୁ ଖାଦ୍ୟ ସାମଗ୍ରୀ ସରି ଯାଇଥିଲା । ସତେ ଜେମିତି ବାଲିଯାତ୍ରାରେ ଲୋକ ଛାଡଖାଇ ମନାଇ ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.