banner
Breaking

ବନ୍ଦ ହେଲା ଓଡିଶା ପ୍ରସିଦ୍ଧ ବାଲିଯାତ୍ରା

0

କଟକ ,୯।୧୧: ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଟକର ଐତିହାସିକ ବାଲିଯାତ୍ରା ହେବ ନାହିଁ। ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ଜିଲା ପ୍ରଶାସନ ବାଲିଯାତ୍ରା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ଏନେଇ କଟକ ଜିଲାପାଳ ଭବାନୀ ଶଙ୍କର ଚଇନୀ ମଙ୍ଗଳବାର ସୂଚନା ଦେଇଛନ୍ତି।

କରୋନାର ଦୁଇଟି ଲହରରେ ବହୁ ଜନଜୀବନ ହାନି ହୋଇଥିଲା। ଏବେ ତୃତୀୟ ଲହର ଆଶଙ୍କା ଥିବାରୁ ବିଶେଷଜ୍ଞମାନେ ସତର୍କବାଣୀ ଶୁଣାଇଛନ୍ତି। ଏବେଠାରୁ ସତର୍କ ନ ହେଲେ କରୋନା ସଂକ୍ରମଣ ଭୟଙ୍କର ରୂପ ନେଇପାରେ। ଏଣୁ ପରିସ୍ଥିତିକୁ ଦେଖି ବାଲିଯାତ୍ରା ନ କରିବାକୁ କଟକ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଛି।

Khansweb Solution Bhubaneswar

Leave A Reply

Your email address will not be published.