banner
Breaking

ଜାତୀୟ ଏକତା ସୁରକ୍ଷା ପାଇଁ ଶପଥ ନେଲେ। ବଲ୍ଲଭ ଭାଇ ପଟେଲଙ୍କ ୧୪୪ତମ ଜୟନ୍ତୀ।

0

ବାଲେଶ୍ୱର , ୧।୧୧(ଓଡ଼ିଆ ନ୍ୟୁଜ):-ବାଲେଶ୍ୱର ଜିଲା ଭାଜପା ପକ୍ଷରୁ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୪ତମ ଜୟନ୍ତୀ ପାଳନ କରାଯାଇଛି। ସର୍ଦ୍ଦାର ପଟେଲ ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିବା ପାଇଁ କରିଥିବା ତ୍ୟାଗର ବାର୍ତ୍ତା ଲୋକମାନଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟରେ ‘ରନ୍‌ ଫର୍‌ ୟୁନିଟି’ ସାରାଦେଶରେ ପାଳିତ ହେଉଛି। ଏହି ଅବସରରେ ଗୁରୁବାର ପୂର୍ବାହ୍ନ ୭ଟା ସମୟରେ ପରମିଟ୍‌ ପଡ଼ିଆରୁ ଶତାଧିକ ଭାଜପା କର୍ମୀ, ଛାତ୍ରୀଛାତ୍ର, ଜନସାଧାରଣ ଏକାଠି ହୋଇ ଜାତୀୟ ଏକତାର ସୁରକ୍ଷା ପାଇଁ ସାମୂହିକ ଶପଥ ନେବା ସହ ‘ରନ୍‌ ଫର୍‌ ୟୁନିଟ୍‌’ରେ ସାମିଲ୍‌ ହୋଇଥିଲେ। କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଓଡ଼ିଶା ପ୍ରଭାରୀ ଅରୁଣ ସିଂ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ସମ୍ପାଦକ ରଣଜିତ୍‌ ଠାକୁର, ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଦାସ, ଯୁବନେତା ଉମାକାନ୍ତ ନାୟକ, ଗୌରାଙ୍ଗ ଦାସ, ବିଭୁପଦ ଦାସ, ମହିଳା ନେତ୍ରୀ ଶୋଭନା ମହାନ୍ତି, ସିପ୍ରା ବାଜପେୟୀ ପ୍ରମୁଖଙ୍କ ତତ୍ତ୍ୱାବଧାନରେ ସହର ପରିକ୍ରମା କରାଯାଇଥିଲା। ପରମିଟ୍‌ ପଡ଼ିଆରେ ଆୟୋଜିତ ବୈଠକରେ କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ ଯୋଗଦେଇ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଓ ପ୍ରଥମ ସ୍ବରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ରାଜନୈତିକ କୂଟନୀତି ପ୍ରଖର ଥିବାରୁ ତାଙ୍କୁ ଭାରତର ଲୌହ ମାନବ ବୋଲି ଆଖ୍ୟା ଦିଆଯାଇଥିଲା। ତାଙ୍କର ସ୍ମୃତିକୁ ମନେରଖିବା ପାଇଁଁ ତାଙ୍କ ଜୟନ୍ତୀ ଅକ୍ଟୋବର ୩୧କୁ ‘ରାଷ୍ଟ୍ରୀୟ ଏକତା ଦିବସ’ ରୂପେ ସାରା ଦେଶ ପାଳନ କରୁଥିବାର ପ୍ରକାଶ କରିଥିଲେ। ସମସ୍ତେ ଏକତ୍ରିତ ହୋଇ ଭାରତର ଜାତୀୟ ଏକତାର ସୁରକ୍ଷା ପାଇଁ ଶପଥ ନେଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.