banner
Breaking

ବାଲେଶ୍ବର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧୫୫ କୋଟି ଘୋଷଣା।

କଥା ଦେଇ କଥା ରଖିଲେ।

0

ଭୁବନେଶ୍ୱର,୧୩।୪(ବ୍ୟୁରୋ): ବାଲେଶ୍ୱର ସହରର ବିକାଶ ପାଇଁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫୫ କୋଟିର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ତଦନୁଯାୟୀ ସହଦେବଖୁଣ୍ଟାରେ ଥିବା ବସ୍‌ଷ୍ଟାଣ୍ଡର ବିକାଶ କରାଯିବ। ଏଥିପାଇଁ ୮ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସେହିଭଳି ତୁମୁଳିଆ ଗେଟ୍‌ ଫ୍ଲାଇଓଭରରୁ ଷ୍ଟେଶନ ଛକ ଯାଏ ରାସ୍ତା ୬ ଲେନ୍‌ ବିଶିଷ୍ଟ ହେବ। ଏହି ରାସ୍ତାରେ ଆଧୁନିକ ଷ୍ଟ୍ରିଟ୍‌ ଲାଇଟ୍‌ ବ୍ୟବସ୍ଥା କରାଯିବ। ବାଲେଶ୍ୱର ମ୍ୟୁନିସିପାଲିଟିର ସମସ୍ତ ରାସ୍ତାର ଉନ୍ନତିକରଣ କରାଯିବ। ୬ ଲେନ୍‌ ବିଶିଷ୍ଟ ରାସ୍ତା ସହ ଷ୍ଟ୍ରିଟ୍‌ ଲାଇଟ୍‌ ସୁବିଧା ପାଇଁ ୭୦ କୋଟି ଟଙ୍କା ଖର୍ଚ୍ଚ ହେବ। ବହୁମୁଖି ଇଣ୍ଡୋର ହଲ, ସୁଇମିଂ ପୁଲ ଆଦି ପ୍ରତିଷ୍ଠା ହେବ। ଏଥିପାଇଁ ୧୪ କୋଟି ଖର୍ଚ୍ଚ ହେବ। ବୁଢ଼ାବଳଙ୍ଗ ନଦୀବନ୍ଧର ସୌନ୍ଦର୍ଯ୍ୟକରଣ ଓ ସୁରକ୍ଷା ପାଇଁ ବ୍ୟବସ୍ଥା କରାଯିବ। ଏଥିପାଇଁ ୫୩ କୋଟି ଟଙ୍କା ଖର୍ଚ୍ଚ ହେବ। ପୌରାଞ୍ଚଳରେ ଥିବା ସମସ୍ତ ପୋଖରୀର ବିକାଶ କରାଯିବ। ସବୁ ଡ୍ରେନ ଓ ତତ୍‌ସଂଯୁକ୍ତ ରାସ୍ତାର ବିକାଶ ପାଇଁ ୭ କୋଟି ଟଙ୍କା ଖର୍ଚ୍ଚ ହେବ। ବର୍ତ୍ତମାନ ସମୟରେ ବାଲେଶ୍ୱର ସହରରେ ବିଭିନ୍ନ ଭିତ୍ତିଭୂମି ବିକାଶ କାର୍ଯ୍ୟ ଜାରି ରହିଥିବା ବେଳେ ଏବେ ନିଷ୍ପତ୍ତି ନିଆଯାଇଥିବା କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.