banner
Breaking

କାର ଭିତରେ ଲାଗିଲା ଅକ୍ସିଜେନ୍।

0

ବଲାଙ୍ଗୀର , ୧୮ା୪: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଜରୁରିକାଳୀନ ଚିକିତ୍ସା ସେବା ବିଗିଡିବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଯୋଗୁ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବା ବେଳେ ପ୍ରତିଦିନ ହସ୍ପିିଟାଲକୁ ଆସୁଥିବା ରୋଗୀଙ୍କ ଚିକିତ୍ସା ସେବାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ମେଡିକାଲ କର୍ତ୍ତୃପକ୍ଷ। ଏବେ ହସ୍ପିଟାଲରେ ମାତ୍ର ୫୦ଟି ଆଇସିୟୁ ବେଡ୍‌ ରହିଛି। ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ସେମାନଙ୍କୁ ଆବଶ୍ୟକ ବେଡ୍‌ ମିଳୁ ନ ଥିବାରୁ ଚୌକିରେ ବସି ଅକ୍ସିଜେନ୍‌ ଲଗାଯାଇଥିବା ଦୃଶ୍ୟ ଦେଖାଯାଇଛି। ଏପରି କି ଜଣେ ରୋଗୀଙ୍କୁ କାର ଭିତରେ ଅକ୍ସିଜେନ୍‌ ଲଗାଯାଇଥିବା ଦେଖାଯାଇଛି। ଏ ନେଇ ମେଡିକାଲ କଲେଜ ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ଡା. ମହେନ୍ଦ୍ର କୁମାର ନାୟକଙ୍କୁ ପଚରାଯିବାରୁ ହସ୍ପିଟାଲରେ ରୋଗୀ ସଂଖ୍ୟା ବୃଦ୍ଧି ହୋଇଛି। ଏଣୁ ରୋଗୀଙ୍କୁ ଆସିବା କ୍ଷଣି ବେଡ୍‌ ଦିଆଯାଇ ପାରୁନାହିଁ । ଫଳରେ ଚୌକିରେ ବସାଇ ଅକ୍ସିଜେନ୍‌ ଲଗାଯାଉଛି । ହସ୍ପିିଟାଲରେ ଥିବା ୫୦ ଆଇସିୟୁ ବେଡ୍‌କୁ ଖୁବ୍‌ଶୀଘ୍ର ୧ ସହକୁ ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.