banner
Breaking

ଜିଲ୍ଲାପାଳ କ୍ଷମତାର ଅପବ୍ୟବହାର। ସରପଞ୍ଚ ନିଳମ୍ବୀତ।

0

ବଲାଙ୍ଗିର,୧୮/୯(ବ୍ୟୁରୋ): ବଲାଙ୍ଗିର ଜିଲା ଆଗଲପୁର ବ୍ଲକ ସାଲେଭଟା ସରପଞ୍ଚଙ୍କୁ ମହଙ୍ଗା ପଡିଲା ଆଦିବାସୀଙ୍କ ଘର ଭାଙ୍ଗିବା ଘଟଣା। ଜିଲାପାଳ କ୍ଷମତାର ଅପବ୍ୟବହାର ଓ ଦାୟିତ୍ୱ ନିର୍ବାହରେ ବିଶୃଙ୍ଖଳା ଯୋଗୁ ରାଜ୍ୟ ସରକାର ସରପଞ୍ଚ ହେମକାନ୍ତି ମୁଣ୍ଡାଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି । କିଛି ଦିନ ପୂର୍ବରୁ ସେ ଗିରଫ ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନେ ଏବେବି ଫେରାର ରହିଛନ୍ତି। ଏହି ଘଟଣାକୁ ପଶ୍ଚିମଓଡିଶା ଆଦିବାସୀ ସଂଘ ପକ୍ଷରୁ ବିରୋଧ କରାଯାଇଥିବା ବେଳେ ସରପଞ୍ଚଙ୍କ ନିଲମ୍ବନ ଚର୍ଚ୍ଚାର ବିଷୟ ପାଲଟିଛି।
ଆଗଲପୁର ବ୍ଲକ ସାଲେଭଟା ପଞ୍ଚାୟତର ଗାଈଖାଇ ନିକଟରେ ୫ ଜଣ ହିତାଧିକାରୀଙ୍କ ଘର ଭାଙ୍ଗିବା ଘଟଣାରେ ରାଜ୍ୟ ସରକାର କଡା ଆଭିମୁଖ୍ୟ ପୋଷଣ କରିଛନ୍ତି। ଘଟଣାରେ ସଂପୃକ୍ତ ଥିବା ସରପଞ୍ଚ ହେମକାନ୍ତି ମୁଣ୍ଡାଙ୍କୁ ପଦବୀରୁ ନିଲମ୍ବିତ କରିଛନ୍ତି। ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶକୁ ଶୀଘ୍ର ପାଳନ କରିବା ପାଇଁ ଜିଲାପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି। ସୂଚନା ରୁ ଜଣାଯାଏ ଯେ ଗତ ଅଗଷ୍ଟ ୧୧ ତାରିଖରେ ସରପଞ୍ଚ ହେମକାନ୍ତି ମୁଣ୍ଡା, ତାଙ୍କ ସ୍ୱାମୀ ମୋହନ ମୁଣ୍ଡା ଓ କିଛି ସମର୍ଥକ ବୁଲଡୋଜର ଲଗାଇ କିଛି ଦଳିତ ହିତାଧିକାରୀଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ଭାଙ୍ଗିଦେଇଥିଲେ। ଗାଈଖାଇ ଠାରେ ଏହି ହିତାଧିକାରୀ ମାନେ ଘର ତିଆରି କରୁଥିବା ବେଳେ ଏହା ବେଆଇନ ଦର୍ଶାଇ ନିଜେ ଜିଲାପାଳଙ୍କ କ୍ଷମତା ବ୍ୟବହାର କରି ଭାଙ୍ଗିଥିବା ସ୍ୱୀକାର କରିଥିଲେ। କ୍ଷତିଗ୍ରସ୍ତ ପରିବାର ଓ ଆଦିବାସୀ ସଂଘ ପକ୍ଷରୁ ସରପଞ୍ଚ ସମେତ ୧୦ ଜଣଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଥିଲା। ପୁଲିସ ବ୍ୟବହୃତ ଜେସିବି ଜବତ କରି ସରପଞ୍ଚ ଶ୍ରୀମତି ମୁଣ୍ଡା ଓ ତାଙ୍କ ସ୍ୱାମୀଙ୍କୁ ଗିରଫ କରିଥିଲା। ଗିରଫ ପରେ ଘଟଣାକୁ ନେଇ ପୂର୍ବତନ ସାଂସଦ ବାଳଗୋପାଳ ମିଶ୍ର ଓ ଆଦିବାସୀ ସଂଘ ମୁହାଁମୁହିଁ ହୋଇଥିଲେ। ଏହି ଘଟଣାରେ ଏହି ପୂର୍ବତନ ସାଂସଦଙ୍କ ପୁଅ ଆକାଶ ମିଶ୍ରଙ୍କ ସଂପୃକ୍ତି ରହିଥିବା ସଂଘ ଅଭିଯୋଗ କରି ତାଙ୍କ ଗିରଫ ଦାବି କରିଥିଲା। କିନ୍ତୁ ଘଟଣାର ମାସେ ପରେ ବି ପୁଲିସ ସେମାନଙ୍କୁ ଗିରଫ କରିନାହିଁ। ସରପଞ୍ଚଙ୍କ ଏହିଭଳି ଆଚରଣ ଯୋଗୁ ଆଗଲପୁର ବ୍ଲକ ସରପଞ୍ଚ ସଂଘ ମଧ୍ୟ ପ୍ରତିକ୍ରୀୟା ପ୍ରକାଶ କରି ତାଙ୍କୁ ପଦବୀରୁ ବହିଷ୍କାର ଦାବି କରିଥିଲା। ଗିରଫ ହେବାର ମାସେ ପରେ ରାଜ୍ୟ ସରକାର ମହିଳା ସରପଞ୍ଚ ହେମକାନ୍ତି ମୁଣ୍ଡାଙ୍କୁ ତାଙ୍କ ପଦବୀରୁ ନିଲମ୍ବିତ କରିଥିବା ସୂଚନା ମିଲିଛି। ଏନେଇ ଜିଲା ପଞ୍ଚାୟତ ଅଧିକାର ମଧ୍ୟ ସ୍ପଷ୍ଟ କରିଥିବା ବେଳେ ତାଙ୍କୁ ସରକାର ନିଲମ୍ବିତ କରିଥିବା ଓ ଏ ସଂକ୍ରନ୍ତୀୟ ଚିଠି ଆଗଲପୁର ବିଡିଓଙ୍କୁ ଦିଆଯାଇଥିବା ସେ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.