banner
Breaking

କାର ପଛ ସିଟରେ ବସି ବେଲ୍ଟ ନ ବାନ୍ଧିଲେ ଜରିମାନା

0

ନୂଆଦିଲ୍ଲୀ : କାର୍‌ ପଛ ସିଟ୍‌ରେ ବସୁଥିବା ଯାତ୍ରୀ ଯଦି ସିଟ୍‌ବେଲ୍ଟ ବ୍ୟବହାର ନ କରନ୍ତି, ତେବେ ସେମାନଙ୍କୁ ଜରିମାନା ଦେବାକୁ ପଡ଼ିବ। ଖୁବ୍‌ଶୀଘ୍ର ସରକାର ଏଭଳି ନିଷ୍ପତ୍ତି ନେବାକୁ ଯାଉଥିବା ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ମଙ୍ଗଳବାର ଏହା ଘୋଷଣା କରିଛନ୍ତି। ଦୁର୍ଘଟଣାରେ ସାଇରସ୍‌ ମିସ୍ତ୍ରୀଙ୍କ ମୃତ୍ୟୁର ଦୁଇଦିନ ପରେ ଏଭଳି ଘୋଷଣା କରାଯାଇଛି। ପଛସିଟ୍‌ରେ ସିଟ୍‌ବେଲ୍ଟ ନ ବାନ୍ଧିବା ସାଇରସ୍‌ଙ୍କ ମୃତ୍ୟୁର କାରଣ ହେଲା ବୋଲି କୁହାଯାଉଛି। ପଛସିଟ୍‌ରେ ବସୁଥିବା ଯାତ୍ରୀ ସିଟ୍‌ବେଲ୍ଟ ବାନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଏହା ସତ୍ତ୍ୱେ ଲୋକେ ନିୟମ ମାନୁନାହାନ୍ତି। ତେଣୁ ଜରିମାନା ଲଗାଇବାକୁ ପଡ଼ିବ ବୋଲି ଗଡକରୀ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.