banner
Breaking

ବୈଜ୍ଞାନିକ ପ୍ରଗତି ଓ ଅର୍ଥନୈତିକ ବିକାଶ ସ୍ଵତେ ମଣିଷ ଆଜି ବିପର୍ଯ୍ୟସ୍ତ-ମୁଖ୍ୟମନ୍ତ୍ରୀ

ଘରେ ରୁହନ୍ତୁ ସୁସ୍ଥ ଓ ସୁରକ୍ଷିତ ରୁହନ୍ତୁ

0

ଭୁବନେଶ୍ୱର,୨୫।୪(ଓଡ଼ିଆ ନ୍ୟୁଜ): ଶନିବାର ରାଜ୍ୟ ସରକାରଙ୍କ କରୋନା ମୁକାବିଲା ସଚେତନତା କମିଟିର ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ କହିଛନ୍ତି ଯେ ଯେତେବେଳେ ମଣିଷ ଜାତି କୌଣସି ବିପର୍ଯ୍ୟୟର ସମ୍ମୁଖୀନ ହୁଏ। ସେତେବେଳେ ସମାଜର ଦୁର୍ବଳ, ଭେଦ୍ୟ,କ୍ଷତି ସାପେକ୍ଷ, ଅସହାୟ ଓ ଅସୁରକ୍ଷିତ ବର୍ଗର ମଣିଷ ଅଧିକ କ୍ଷତିଗ୍ରସ୍ତ ହୁଅନ୍ତି ବା ବିପର୍ଯ୍ୟୟ ସେମାନଙ୍କୁ ଅସହାୟ କରିଦିଏ।ଗୋଟିଏ ଦିନ ଥିଲା ରାଜନୈତିକ, ଅର୍ଥନୈତିକ, ପ୍ରାକୃତିକ ବିପର୍ଯ୍ୟୟ ମଣିଷକୁ ବ୍ୟାକୁଳିତ କରୁଥିଲା। କିନ୍ତୁ ବୈଜ୍ଞାନିକ ପ୍ରଗତି ଓ ଅର୍ଥନୈତିକ ବିକାଶ ସ୍ଵତେ ଆଜି ସ୍ବାସ୍ଥ୍ୟଗତ କାରଣ ଯୋଗୁଁ ମଣିଷକୁ ବିପର୍ଯ୍ୟସ୍ତ ହେବାକୁ ପଡିବ ତାହା କଳ୍ପନା ବାହାରେ।ସେଥିପାଇଁ ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି ବୋଲି ବାଗଚୀ କହିଛନ୍ତି।ମେ ୩ ତାରିଖରେ ଶେଷ ହେବ ଲକ୍‌ଡାଉନ୍‌। ଏହାପରେ ବାହାରେ ଫସି ରହିଥିବା ଓଡ଼ିଆ ଘରକୁ ଫେରିବେ।ଓଡ଼ିଶାକୁ ଫେରୁଥିବା ଲୋକଙ୍କ ଚିନ୍ତା ନେଇ ସରକାର ସମ୍ବେଦଳନଶୀଳ ଅଛନ୍ତି । ଓଡ଼ିଶା ଫେରିବାକୁ ହେଲେ ସର୍ବପ୍ରଥମେ ସେମାନଙ୍କୁ ପୋର୍ଟାଲରେ ପଞ୍ଜିକରଣ କରିବାକୁ ପଡ଼ିବ । ଗତକାଲିଠାରୁ ଏହି ପୋର୍ଟାଲରେ ପଞ୍ଜିକରଣ ଆରମ୍ଭ ହୋଇଛି । ପଞ୍ଜିକରଣ ପାଇଁ ଦୁଇଟି ଜିନିଷ ନିହାତି ଆବଶ୍ୟକ ରହିଛି । ଆଧାରକାର୍ଡ଼ ନମ୍ବର ଓ ମୋବାଇଲ ନମ୍ବର ପଞ୍ଜିକରଣ ପାଇଁ ଆବଶ୍ୟକ । ପୋର୍ଟାଲରେ ଆପଣ ନିଜେ ପଞ୍ଜିକରଣ କରିପାରିବେ । ନଚେତ ଜଣେ ସମ୍ପର୍କୀୟ ମଧ୍ୟ ପଞ୍ଜିକରଣ କରିପାରିବେ । ଏତତବ୍ୟତୀତ ନିଯୁକ୍ତି ଦିଆଯାଇଥିବା ନୋଡ଼ାଲ ଅଫିସର ମଧ୍ୟ ପଞ୍ଜୀକରଣ କରିପାରିବେ।ହେଲେ ଆକ୍ରାନ୍ତ ରାଜ୍ୟରୁ ଫେରୁଥିବାରୁ ସଂକ୍ରମଣ ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପଞ୍ଜୀକରଣ ଏବଂ ନିରାପତ୍ତା ବ୍ୟବସ୍ଥା କରାଯାଇଛି। ଓଡ଼ିଶାର ମାଟିପାଣିପବନ ଉପରେ ସୁରତ, ତିରୁପୁର ଏବଂ ଏନ୍‌ସିଆର୍‌ରୁ ଫେରିବାକୁ ଥିବା ଲୋକଙ୍କ ସେତିକି ଅଧିକାର ଅଛି, ସେତିକି ଅଧିକାର ସହରାଞ୍ଚଳର ଶିକ୍ଷିତ ବ୍ୟକ୍ତିମାନଙ୍କର ରହିଛି। ସେମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା, ତାଙ୍କୁ ନିରାପଦ ଭାବେ ୧୪ ଦିନ ଅଣସରରେ ରଖିବା, ତାଙ୍କୁ ତାଙ୍କ ପରିବେଶ ସହ ପୁଣି ମିଶାଇ ଦେବାର ଦାୟିତ୍ୱ ଆମ ସମସ୍ତଙ୍କର। କିଛି ଦିନ ତଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରସ୍‌ କହିଥିଲେ, କରୋନାର ବିପର୍ଯ୍ୟୟକୁ ଟାଳିବାକୁ ହେଲେ ସମ୍ପୂର୍ଣ୍ଣ ସରକାର ଏବଂ ସମ୍ପୂର୍ଣ୍ଣ ସମାଜକୁ ସମନ୍ବିତ ହେବାକୁ ପଡ଼ିବ। ଏବେ ସେହି ସମୟ ଆସିଛି ବୋଲି ସେ କହିଛନ୍ତି।
ଏହାସହ ବିଶ୍ୱରେ ବ୍ୟାପିସାରିଛି କରୋନା । ଦେଶରେ ମୃତ୍ୟୁସଂଖ୍ୟା ୭୭୫କୁ ବୃଦ୍ଧି ପାଇଛି । ସେହିପରି ଓଡ଼ିଶାରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଓଡ଼ିଶାରେ ଏପର୍ଯ୍ୟନ୍ତ ୨୦୫୯୯ନମୁନା ପରୀକ୍ଷାର ରିପୋର୍ଟ ମିଳିସାରିଛି । ସେଥି ମଧ୍ୟରେ ୯୪ଜଣଙ୍କର ରିପୋର୍ଟ ପଜିଟିଭ୍ ରହିଛି । ସେମାନଙ୍କ ମଧ୍ୟରୁ ୩୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଏବେ ୬୦ରେ ରହିଛି ।

Khansweb Solution Bhubaneswar

Leave A Reply

Your email address will not be published.