banner
Breaking

କଟକଣା ମଧ୍ୟରେ ପାଳିତ ହେଲା ଖ୍ରୀଷ୍ଟମାସ

0

ନୂଆଦିଲ୍ଲୀ,୨୫ ।୧୨: କରୋନା କଟକଣା ମଧ୍ୟରେ ସାରା ବିଶ୍ୱରେ ପାଳନ କରାଯାଇଛି ବଡଦିନ ବା ଖ୍ରୀଷ୍ଟମାସ । ସାରା ଦେଶରେ ପ୍ରଭୁ ଯିଶୁଙ୍କ ଏହି ଜନ୍ମଦିନକୁ କଟକଣା ମଧ୍ୟରେ ପାଳନ କରାଯାଇଛି । ଦିଲ୍ଲୀ, ମୁମ୍ବାଇ, କୋଲକାତା ସମେତ ସାରା ଦେଶରେ ଚର୍ଚ୍ଚରେ ପ୍ରୋଟୋକଲ ସହ ପ୍ରାର୍ଥନା କରାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ରାଜନେତା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ସମସ୍ତଙ୍କୁ ଖ୍ରୀଷ୍ଟମାସର ଅଭିନନ୍ଦନ । ଆମେ ଯିଶୁ ମସିହଙ୍କ ଜୀବନି ଓ ମହାନ ଶିକ୍ଷାକୁ ମନେପକାଇବା, ଯିଏ ସେବା, ଦୟା ଓ ନମ୍ରତା ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ ।

ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବି ଦେଶବାସୀଙ୍କୁ ଶୁଭକାମନା ଦେଇଛନ୍ତି । ରାହୁଲ ଟୁଇଟ୍ କରି କହିଛନ୍ତି, ଖ୍ରୀଷ୍ଟମାସରେ ଦେଶବାସୀଙ୍କୁ ଶୁଭେଚ୍ଛା, ସମସ୍ତଙ୍କ ସୁସ୍ଥ, ଆନନ୍ଦ ଓ ଭାଇଚାରାର କାମନା କରୁଛି ।

Khansweb Solution Bhubaneswar

Leave A Reply

Your email address will not be published.