banner
Breaking

ପଶ୍ଚିମବଙ୍ଗରେ ଫସିଥିବା ଭୋକିଲା ଶ୍ରମିକଙ୍କୁ ଖାଦ୍ୟ ଯୋଗାଇଲେ ବୈଜୟନ୍ତ ପଣ୍ଡା।

0

ଭୁବନେଶ୍ବର,୨୪/୪(ଓଡ଼ିଆ ନ୍ୟୁଜ) : ଓଡ଼ିଶାର ଦରଦୀ ନେତା ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ପଶ୍ଚିମବଙ୍ଗର ଟିଟାଗଡ ଅଞ୍ଚଳରେ ଫସି ରହିଥିବା ୨ ହଜାର ପ୍ରବାସୀ ଓଡିଆ ଶ୍ରମିକଙ୍କ ପାଖରେ ଖାଦ୍ୟ ସାମଗ୍ରୀ ପହଞ୍ଚିଛି।ସୂଚନାଯୋଗ୍ୟ , କରୋନା ଲକ୍‌ଡାଉନ ଯୋଗୁ ପଶ୍ଚିମବଙ୍ଗର ଟିଟାଗଡ ଅଞ୍ଚଳରେ ଓଡିଶାର ବିଭିନ୍ନ ଜିଲ୍ଲାର ୨ ହଜାର ଓଡିଆ ଶ୍ରମିକ ଭୋକ ଉପାସରେ ଫସି ରହିଛନ୍ତି। ମନୋଜ ରାୟ ନାମକ ଜଣେ ଯୁବକ ପଶ୍ଚିମବଙ୍ଗର ଟିଟାଗଡରେ ଫସି ରହିଥିବା ଏହି ଓଡିଆ ଶ୍ରମିକ ମାନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବା ପାଇଁ ଶ୍ରୀ ପଣ୍ଡାଙ୍କୁ ନିବେଦନ କରିଥିଲେ। ଶ୍ରୀ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ପଶ୍ଚିମବଙ୍ଗର ବିଜେପିର କାର୍ଯ୍ୟକର୍ତ୍ତାଙ୍କ ମାନେ ତୁରନ୍ତ ଫସି ରହିଥିବା ଓଡିଆଙ୍କ ପାଖରେ ପହଞ୍ଚି ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇଥିଲା । ଲକ୍‌ଡାଉନ ଆରମ୍ଭରୁ ଏହି ଶ୍ରମିକ ମାନେ କୌଣସି ମତେ ନିଜ ଖାଦ୍ୟ ପାନୀୟ ବ୍ୟବସ୍ଥା କରିଥିଲେ କିନ୍ତୁ ଲକ୍‌ଡାଉନ ବଢିବା ପରେ ସେମାନଙ୍କ ପାଖରେ ଥିବା ଖାଦ୍ୟ ସାମଗ୍ରୀ ସରିଯାଇଥିଲା ଓ ଆର୍ଥିକ ସମ୍ବଳ ମଧ୍ୟ ନଥିଲା ଶେଷରେ ଏହି ଶ୍ରମିକ ମାନେ ଶ୍ରୀ ପଣ୍ଡାଙ୍କୁ ଯୋଗାଯୋଗ କରି ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ।

ଭୋକ ଉପାସରେ ଫସି ରହିଥିବା ଓଡିଆ ମନଙ୍କୁ ତୁରନ୍ତ ସାହାଯ୍ୟ ଯୋଗାଇ ଥିବାରୁ ଶ୍ରୀ ପଣ୍ଡା ପଶ୍ଚିମବଙ୍ଗ ବିଜେପିର କାର୍ଯ୍ୟକର୍ତ୍ତାଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇବା ସହ ଏହି ସେବା ମନୋଭାବ ବିଜେପିକୁ ବିଶ୍ବର ସର୍ବବୃହତ ରାଜନୈତିକ ଦଳ କରିଛି ବୋଲି କହିଛନ୍ତି। ପ୍ରବାସୀ ଓଡିଆ ଶ୍ରମିକମାନେ ଶ୍ରୀ ପଣ୍ଡାଙ୍କ ତୁରନ୍ତ ହସ୍ତକ୍ଷେପ ପାଇଁ କୃତଜ୍ଞତା ଜଣାଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.