banner
Breaking

ଅଟୋ ଚାଳକଙ୍କୁ ଶୃଙ୍ଖଳା ଜ୍ଞାନ ଶିଖାଇଲେ ପୋଲିସ କମିଶନର-ସୁଧାଶୁ° ଷଡ଼ଙ୍ଗୀ

0

ଭୁବନେଶ୍ୱର, ୭/୧୧(ଓଡ଼ିଆ ନ୍ୟୁଜ) ଅଟୋ ମହାସଂଘ ପକ୍ଷରୁ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସମସ୍ତ ଅଟୋଚାଳକମାନଙ୍କୁ ଶୃଙ୍ଖଳିତ ହୋଇ ଗାଡି ଚଳାଇବା, ରାସ୍ତାରେ ଥିବା ଲେନର ବାମପଟେ ରହି ଚଳାଇବା, ସମସ୍ତ ଟ୍ରାଫିକ୍ ନିୟମ ମାନିବା, ଛକ ମାନଙ୍କରେ ଅଧିକ ଗାଡି ନ ରଖିବା ଓ ଲୋକମାନଙ୍କୁ ଭଲ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ । ଅଟୋ ମହାସଂଘର ସାଧାରଣ ସଂପାଦକ ପଦ୍ମନ ସାମଲଙ୍କ ନେତୃତ୍ୱରେ ଅନୁ୍ଷ୍ଠିତ ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଟ୍ରାଫିକ୍ ଡିସିପି ସାଗରିକା ନାଥ, ଆଞ୍ଚଳିକ ପରିବହନ ଅଧିକାରୀ-୧ ପ୍ରଦିପ ମହାନ୍ତି, ଟ୍ରାଫିକ ଏସିସି କିଶୋର ପାଣିଗ୍ରାହୀ, ମହାସଂଘର ସଭାପତି ସୁବାଷ ସିଂ, କାର୍ଯ୍ୟକାରୀ ସଭାପତି ନବକିଶୋର ମହାନ୍ତି, ସଦୟ ଜୋନେତ ଅଲ୍ଲି, ଉପସଭାପତି ମିହିର ରାଉତ, ସଂପାଦକ ବିଜୟ ପନାୟକ, ପ୍ରଶାନ୍ତ ରାଉତ ଓ ଆଇନଜୀବି ସୁମନ୍ତ ସ୍ୱାଇଁ ପ୍ରମୁଖ ଯୋଗଦାନ କରି ଶୃଙ୍ଖଳିତ ଗାଡିଚାଳନା, କାଗଜପତ୍ର ଠିକ୍ ରଖିବା, ଉତ୍ତମ ବ୍ୟବହାର କରିବା ଉପରେ କହିଥିଲେ । ଏଥିରେ ଶଙ୍ଖଧ୍ୱନୀର ପ୍ରକାଶ ମହାପାତ୍ର ଓ ସୁର ଜେନା, ରଂଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ଅଟୋ ମହାସଂଘ ପକ୍ଷରୁ ଅଟୋଚାଳକ ମାନଙ୍କୁ ଟ୍ରାଫିକ୍ ନିୟମ ବିଷୟରେ ଟ୍ରେନିଂ ପ୍ରଦାନ କରା ଯାଉଅଛି ଯେଉଁଥିରେ ଜଣେ ପୋଲିସ୍ ଅଧିକାରୀ, ପରିବହନ ଅଧିକାରୀ ଏବଂ ସଚେତନ ସଂସ୍ଥା ଯୋଗଦାନ କରୁଛନ୍ତି । ଟ୍ରେନିଂ ପୂର୍ଣ୍ଣ ହେଲାପରେ ଅଟୋ ମହାସଂଘ ଓ କମିଶନରେଟ୍ ପୋଲିସଙ୍କ ମିଳିତ ସହଯୋଗରେ ଏକ ପରିଚୟ ପତ୍ର ପ୍ରଦାନ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଏକହଜାର ପାଖାପାଖି ଟ୍ରେନିଂ ଦିଆସରିଲାଣି । ଏହାକୁ ଡିସେମ୍ବର ସୁଦ୍ଧା ସାରିବା ଏବଂ ଏହା ପରେ ନିୟମ ଭାଙ୍ଗୁଥିବା ଗାଡି ଉପରେ ଦୃଢ଼ କାର୍ଯ୍ୟାନୁ୍ଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର କହିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.