banner
Breaking

ଅଟୋ ଚାଳକ ମାନଙ୍କୁ ଆର୍ଥିକ ସହୟତା ପ୍ରଦାନ ପାଇଁ ଅଟୋ ମହାସଂଘର ଦାବି।

0

ଭୁବନେଶ୍ୱର ,୩ା୫(ଓଡ଼ିଆ ନ୍ୟୁଜ):- ସାରା ରାଜ୍ୟ ଲକ ଡାଉନ୍‌ରେ ଥିବାରୁ ଅଧିକାଶଂ ଲୋକଙ୍କ ଜୀବନ ଜୀବିକା ଉପରେ ଘୋର ପ୍ରଭାବ ପଡିଛି । ବିଶେଶ କରି ଅଟୋ ଚଳାଇ ପରିବାର ଭରଣ ପୋଷଣ କରୁଥିବା ଅଟୋ ଚାଳକ ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଲକଡାଉନ୍ କାରଣରୁ ଅଟୋ ବନ୍ଦ ରହିଥିବା ବେଳେ ଖାଇବା ପିଇବା, ଘରଭଡା, କାଗଜପତ୍ର ଓ ଲୋନ ସୁଝିବା ପାଇଁ ଚିନ୍ତା ସହିତ ପରିବାର ବୋଝ ସେମାନଙ୍କର ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ସରକାରୀ ସ୍ଥରରେ ପ୍ରାୟ ସମସ୍ତଙ୍କୁ ସାହାଯ୍ୟ ସହଯୋଗ ମିଳୁଥିବା ବେଳେ ଓଡିଶାରେ ପରିବହନ କ୍ଷେତ୍ରରେ ପ୍ରମୁଖ ଭୁମିକା ଲିଭାଉଥିବା ଅଟୋ ଚାଳକ ମାନେ ଦୁର୍ଦ୍ଦିନରେ ଗତି କରୁଛନ୍ତି । ସେଥିପାଇଁ ଭୁବନେଶ୍ୱର ଅଟୋ ମହାସଂଘ ତରଫରୁ ମାଷ୍ଟର କ୍ୟାଣ୍ଟିନ ଠାରେ ଅଟୋ ଚାଳକଙ୍କୁ ମାସିକ ପାଞ୍ଚ ହଜାର ଟଙ୍କାର ଆର୍ଥିକ ସହାୟତା ଦେବା ପାଇଁ ଦାବି କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅଟୋ ମହାସଂଘ କାର୍ଯ୍ୟକାରୀ ସଭାପତି ନବକିଶ୍ୱର ମହାନ୍ତି ,ସାଧାରଣ ସଂପାଦକ ପଦ୍ମନ କୁମାର ସାମଲ , ସଂପାଦକ ସୁର ଜେନା , ବିଜୟ କୁମାର ପଟନାୟକ ଓ ପ୍ରଶାନ୍ତ ରାଉତ୍ ପ୍ରମୁଖ ଯୋଗ ଦେଇ ସରକାର ଦୁର୍ଦ୍ଦିନରେ ଥିବା ଅଟୋ ଚାଳକଙ୍କୁ ମାସିକ ଅତିକମ୍‌ରେ ପାଞ୍ଚ ହଜାର ଟଙ୍କା ପ୍ରଦାନ କରିବା ସହ ବ୍ୟାଙ୍କ ରୁଣରେ ସୁଧ ନନେବା , ଗାଡି କାଗଜ ପତ୍ର ପାଇଁ ସମୟ ଛମାସ ପର୍ଯ୍ୟନ୍ତ ବଢାଇବା ଏବଂ ବୀମା ରାଶି ଛାଡ କରିବାକୁ ଦାବି ଜଣାଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ବିଭିନ୍ନ ସଂଘର କର୍ମକର୍ତ୍ତା ଯୋଗଦେଇ ସାମାଜିକ ଦୂରତା ରକ୍ଷା କରିବା ସହ ଶାନ୍ତିପୁର୍ଣ୍ଣ ଆନ୍ଦୋଳନ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.