banner
Breaking

ଭୁବନେଶ୍ବର ଅଟୋ ମହାସଙ୍ଘର ବିଶ୍ବକର୍ମା ଭସାଣୀ ମହୋତ୍ସବ।

0

ଭୁବନେଶ୍ୱର,୨୦/୯(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱର ଅଟୋ ମହାସଙ୍ଘର ଦ୍ଵାଦଶ ତମ ବିଶ୍ବକର୍ମା ଭସାଣୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସହୀଦ ନଗର ଭସାଣୀ ପଡିଆଠାରେ ଅନୁଷ୍ଠିତ ଏହି ଉତ୍ସବରେ ଭୁବନେଶ୍ବରର ବିଭିନ୍ନ ସ୍ଥାନର ଆଟୋସଙ୍ଘ ପକ୍ଷରୁ ପାରମ୍ପରିକ ବାଦ୍ୟ ଓ ଆଧୁନିକ ବାଦ୍ୟରେ ନାଚଗୀତ କରି ପ୍ରଭୁ ବିଶ୍ବକର୍ମାଙ୍କୁ ଧରି ପ୍ରବେଶ କରିଥିଲେ। ସେଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୂଖ୍ୟ ଅତିଥି ଭାବେ ମହାସଙ୍ଘର ଉପଦେଷ୍ଟା ତଥା ଖଦି ବୋର୍ଡର ଚେୟାରମ୍ୟାନ ସ°ଗ୍ରାମ କେଶରୀ ପାଇକରାୟ ଯୋଗଦେଇ ଟ୍ରାଫିକ ସଚେତନତା ଉପରେ ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ରୂପେ ସହୀଦ ନଗର ଦୁର୍ଗାପୂଜା ସମିତିର ସମ୍ପାଦକ ନାରାୟଣ ମହାପାତ୍ର, ପୂର୍ବତନ କର୍ପୋରେଟର ଶାସ୍ବତୀ ମିଶ୍ର,ସୟଦ ଅଲ୍ଲୀ ଜୁନେଦ,ମିହିର କୁମାର ରାଉତ, ବିଜୟ ପଟ୍ଟନାୟକ, ଶ୍ରୀଧର ସାହୁ, ନିରଞ୍ଜନ ଭୂୟାଁ, ଦେବରାଜ ପରିଡ଼ା ଓ ଭୋଳାନାଥ ମହାରଣା ପ୍ରମୁଖ ଯୋଗ ଦେଇଥିଲେ।

ଭସାଣୀ ଉତ୍ସବରେ ଯୋଗଦାନ କରିଥିବା ସମସ୍ତ ଅଟୋସଙ୍ଘ ଓ ସଭାପତି, ସମ୍ପାଦକ ମାନଙ୍କୁ ମିଠାହାଣ୍ଡି ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହିତ ଅନ୍ୟ ସମସ୍ତ କର୍ମକର୍ତ୍ତା, ଅତିଥି ଓ ବରିଷ୍ଠ ସାମ୍ବାଦିକ ସୁକାନ୍ତ ରାଉତଙ୍କୁ ସଙ୍ଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଟୋ ମହାସଙ୍ଘର ସାଧାରଣ ସମ୍ପାଦକ ପଦ୍ମନ କୁମାର ସାମଲ ସମସ୍ତ କାର୍ଯ୍ୟ ପରିଚାଳନା କରିବା ସହ ସଭାପତିତ୍ବ କରିଥିଲେ। ସମସ୍ତ ମେଢ ଶୃଙ୍ଖଳାର ସହିତ ଗୋଟିଏ ପରେ ଗୋଟିଏ ବାହାରି ରାଜମହଲ ହୋଇ କୁଆଖାଇ,ଦୟା ନଦୀ ଅଭିମୁଖେ ବିସର୍ଜନ ପାଇଁ ଯାଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.