banner
Breaking

ଆଟୋ ମହାସଙ୍ଘର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ।

0

ଭୁବନେଶ୍ୱର ୦୪/୧୧(ଓଡ଼ିଆ ନ୍ୟୁଜ) ଭୁବନେଶ୍ୱର ଅଟୋ ମହାସଂଘ ପକ୍ଷରୁ ଅଟୋଚାଳକ ପ୍ରଶିକ୍ଷଣ ଶିବିର ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଟ୍ରାଫିକ୍ ଏସିପି କିଶୋର ପାଣିଗ୍ରାହୀ, ଆଞ୍ଚଳିକ ପରିବହନ ଅଧିକାରୀ-୨ ସଞ୍ଜୟ ବେହେରା, ଅଟୋମହାସଂଘର କାର୍ଯ୍ୟକାରୀ ସଭାପତି ନବ କିଶୋର ମହାନ୍ତି, ରନିବାଏ ଇନ୍ସୁରାନ୍ସର ଓଡିଶା ହେଡ୍ ର୍ପୂଚନ୍ଦ୍ର ରାଓ, ଆଇନଜୀବି ସୁମନ୍ତ ସ୍ୱାଇଁ ଓ ଭୁବନେଶ୍ୱର ଅଟୋ ମହାସଂଘର ସାଧାରଣ ସଂପାଦକ ପଦ୍ମନ କୁମାର ସାମଲ ପ୍ରମୁଖ ଯୋଗଦେଇ ଅଟୋଚାଳକ ମାନଙ୍କୁ ପ୍ରଶିକ୍ଷଣ କରାଇଥିଲେ । ସମସ୍ତ ଅଟୋଚାଳକମାନେ ଟ୍ରାଫିକ୍ ନିୟମ ମାନିବା ସହିତ କାଗଜପତ୍ର ଠିକ୍ କରି ଚାଲିବା ପାଇଁ ପରାମର୍ଶ ଦେଇଥିଲେ । ଏଥିସହିତ ଏସିପି କହିଥିଲେ ଯେଉଁମାନେ ମଦ୍ୟପାନ କରି ଗାଡି ଚଳାଇବେ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାସ୍ତାରେ ଓଭରଟେକ୍ ଓ ଓଭରଲୋଡ ନକରି ଯାତ୍ରୀଙ୍କୁ ଉତ୍ତମ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ । ପୋଲିସ୍ କମିଶନରଙ୍କ ସୁଚନା ଅନୁଯାୟୀ ପ୍ରତ୍ୟେକ ଦିନ ୨୦୦ ଅଟୋଚାଳକଙ୍କୁ ଟ୍ରେନିଂ ଦିଆଯାଇ ଶୃଙ୍ଖଳିତ କରାଯିବ । ଅଟୋ ମହାସଂଘର ସଂପାଦକ ଶ୍ରୀଯୁକ୍ତ ସାମଲ ମମସ୍ତ ଅଟୋଚାଳକମାନେ ଶୃଙ୍ଖଳିତ ହୋଇ ଚଳାଇବେ ବୋଲି କହିଥିଲେ । ଏହି ଅବସରରେ ଯେଉଁମାନେ କାଗଜ ପତ୍ର ଠିକ୍ କରିନାହାଁନ୍ତି ଅଟୋ ମହାସଂଘ କାର୍ଯ୍ୟାଳୟ ଠାରେ ଖୋଲା ଯାଇଥିବା ସେବାକେନ୍ଦ୍ରରେ ଆବେଦନ କରି ପାରିବେ । ଏଥିପାଇଁ ଆଞ୍ଚଳିକ ପରିବହନ ଅଧିକାରୀ ସାହାଯ୍ୟ ସହଯୋଗ କରିବେ । ଏହି କାର୍ଯ୍ୟକ୍ରମରେ ମହାସଂଘର କର୍ମକର୍ତ୍ତା ପ୍ରଶାନ୍ତ ରାଉତ, ବିଜୟ ପନାୟକ, ଆଇନଜୀବି ୪୦୦ ରୁ ଉର୍ଦ୍ଧ ଅଟୋଚାଳକମାନେ ଉପସ୍ଥିତ ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.