banner
Breaking

ଭୁବନେଶ୍ୱର ଅଟୋ ମହାସଂଘର ବାର୍ଷିକ ଉତ୍ସବ

0

ଭୁବନେଶ୍ୱର : ଭୁବନେଶ୍ୱର ଅଟୋ ମହାସଂଘର ବାର୍ଷିକ ଉତ୍ସବ ଜୟଦେବ ବିହାର ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସମ୍ପାଦକ ପଦ୍ମନ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସଂଘର ସଭାପତି ତଥା ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ସ୍ୱତନ୍ତ୍ର ଅତିଥି ଭାବେ ରୋଟାରିଆନ୍ ଯଜ୍ଞାଶିଷ ମହାପାତ୍ର, ସମ୍ମାନୀତ ଅତିଥି ଭାବେ ଆରଟିଓ ୧ ବିକାଶ ଚୌଧୁରୀ, ଟ୍ରାଫିକ ଏସିପି ସ୍ୱସ୍ତିକ ପଣ୍ଡା, କର୍ପୋରେଟର ଝରଣା ରାଣୀ ପତି, ପୁରୀ ଅଟୋ ମହାସଂଘ ସଭାପତି ଦୁର୍ଗାଚରଣ ଖୁିଆ, ସେଫ ଇଣ୍ଡିଆ ସଭାପତି ଦୀଲ୍ଲିପ ପଣ୍ଡା, ଓସିଏଲ ସମ୍ପାଦକ ଦେବୁ ନାୟକ ପ୍ରମୁଖ ଯୋଗଦେଇ ସଡକ ସୁରକ୍ଷା ଜୀବନ ରକ୍ଷା ଉପରେ ଅଟୋଚାଳକ ମାନଙ୍କୁ ସଚେତନ କରାଇଥିଲେ । ମହାସଂଘ ପକ୍ଷରୁ ଏକ ସଡକ ସୁରକ୍ଷା ସଚେତନତା ରାଲି ଆଚାର୍ଯ୍ୟ ବିହାର ଛକରୁ ବାହାରି ଜୟଦେବ ବିହାର ଛକ ସ୍ଥିତ ସଭାସ୍ଥଳରେ ପହି ଥିଲା । ସେଠାରେ ସଡକ ସୁରକ୍ଷା ଜୀବନ ରକ୍ଷା ଉପରେ ନିହାର ରଞ୍ଜନ ସ୍ୱାଇଁଙ୍କ ରଚିତ ଓ ତୁଷାର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ନାଟକ ହାଣ୍ଡିଆ ବାଲି ମସ୍ଥ ହୋଇଥିଲା । ଏଥିରେ ଅଟୋ ଚାଳକମାନେ ନିଖୁଣ ଅଭିନୟ କରି ଦର୍ଶକ ମାନଙ୍କୁ ବାନ୍ଧି ରଖିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବ୍ୟକ୍ତି ବିଶେଷ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୟଦ ଅଲ୍ଲି ଜୋନେତ୍‌, ଅତିଶ କୁମାର ମାର୍ଥା, ବିପିନ ବିହାରୀ ହୋତା, ପ୍ରଶାନ୍ତ କୁମାର ରାଉତ, ଧୀରେନ ସ୍ୱାଇଁ, ପି ମଧୁସୂଦନ ଦୋରା, ଅମିତ କୁମାର ମହାପାତ୍ର, ବଜେନ୍ଦ୍ର ନାୟକ, ଦବେନ୍ଦ୍ର ପରିଡା, ଲିଙ୍ଗରାଜ ସାମନ୍ତସିଂହାର, ରମେଶ ଚନ୍ଦ୍ର ଜେନା, ସନ୍ତୋଷ ସାହୁ, ସୁଧାଂଶୁ ଶେଖର ପଣ୍ଡା, ବାଙ୍କନିଧି ସାହୁ, ଗୟାଧର ସାହୁ, ବିଦ୍ୟାଧର ସାହୁ, ଟୁଲୁ ରାଉତଙ୍କ ସମେତ ସମସ୍ତ ଅଟୋ ସଂଘର କର୍ମକର୍ତ୍ତା ଓ ଚାଳକମାନେ ଉପସ୍ଥିତ ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.