banner
Breaking

ଶୋଇବା ବେଳେ କାମୁଡିଲା ସାପ। ଭାଇ, ଭଉଣୀ ମୃତ।

0

ଆଳି,୮ା୫: କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅଧୀନ ଗୋବିନ୍ଦପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଶୋଇଥିବା ଅବସ୍ଥାରେ ସାପ କାମୁଡ଼ାରେ ଭଉଣୀ, ଭାଇଙ୍କ ଜୀବନ ଯାଇଛି l ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ସୂଚନା ଅନୁଯାୟୀ, ଗୋବିନ୍ଦପୁର ଗ୍ରାମର ଅରୁଣ ଦାସଙ୍କ ସ୍ତ୍ରୀ ସଂଯୁକ୍ତା ନିଜ ୧୧ ବର୍ଷର ପୁଅ ଅଭିଷେକ ଓ ୩ ବର୍ଷର ଝିଅ ଭୂମିକାଙ୍କୁ ଶୁକ୍ରବାର ରାତିରେ ଖାଇବାକୁ ଦେବା ପରେ ଘରେ ମଶାରି ଟାଣି ସବୁଦିନ ପରି ଶୁଆଇ ଦେଇଥିଲେ । ଏହାର କିଛି ସମୟ ପରେ ସଂଯୁକ୍ତା ବି ପିଲାଙ୍କ ପାଖରେ ଶୋଇଥିଲେ ା ହେଲେ ସେଦିନ ରାତି ତାଙ୍କ ପରିବାର ପାଇଁ ଥିଲା କାଳରାତି। ବିଳମ୍ବିତ ରାତିରେ ଅଭିଷେକ ହଠାତ୍‌ ଉଠି କିଏ ମୋ ହାତକୁ କାମୁଡି ଦେଲା ବୋଲି ଚିତ୍କାର କରିଥିଲେ । ପୁଅର ପାଟି ଶୁଣି ସଂଯୁକ୍ତା ଉଠିପଡିଥିଲେ ା କିଏ ପୁଅକୁ କାମୁଡ଼ି ଦେଲା ବୋଲି ଲାଇଟ୍‌ ଲଗାଇ ଦେଖିଲା ବେଳକୁ ଏକ ବିଷାକ୍ତ ସାପ ମଶାରି ଉପରେ ଚାଲୁଥିଲା । ପୁଅ ହାତରୁ ରକ୍ତ ବାହାରୁ ଥିବା ଦେଖି ସାପ କାମୁଡି ଦେଇଥିବା ସେ ଜାଣି ପାରିଥିଲେ। କୌଣସି ଉପାୟ ନ ପାଇ ସେ ନିଜ ଲୁଗା କାନିରେ ପୁଅର ହାତକୁ ବାନ୍ଧି ପ୍ରଥମେ ଯାଜପୁର ଡାକ୍ତରଖାନାକୁ ନେଇଥିଲେ ା ପରେ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ବଡ଼ ମେଡିକାଲରେ ପହଞ୍ଚତ୍ବା ପରେ ଡାକ୍ତର ଅଭିଷେକଙ୍କୁ ମୃତ ଘୋଷଣା କରିଥିଲେ l ଏପଟେ ଘରେ ଥିବା ଝିଅ ଭୂମିକାଙ୍କୁ ମଧ୍ୟ ସାପ କାମୁଡି ଥିବା ଜଣା ପଡ଼ିଥିଲା । ତାଙ୍କୁ ବି ତୁରନ୍ତ ଆଳି ମେଡିକାଲକୁ ପରିବାର ଲୋକେ ନେଇଥିଲେ। ଡାକ୍ତର ତାଙ୍କୁ ମଧ୍ୟ ମୃତ ଘୋଷଣା କରିଥିଲେ। ଗାଁ ଶ୍ମଶାନରେ ଦୁଇ ଶିଶୁଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।

Khansweb Solution Bhubaneswar

Leave A Reply

Your email address will not be published.