banner
Breaking

ପୂଜା କରୁ କରୁ ଚାଲିଗଲେ ପୂଜକ।

0

ଆଳି,୨୨।୫: ଏମିତି ବି ମୃତ୍ୟୁ ଆସେ । ମନ୍ଦିରରେ ଠାକୁରଙ୍କ ନୀତିକାନ୍ତି କରୁଥିବା ବେଳେ ଟଳି ପଡିଲେ ପୂଜକ। ବଜ୍ରପାତରେ ତାଙ୍କର ମୃତ୍ୟୁ ଘଟିଛି। ଆଳି ବ୍ଲକ ସିଙ୍ଗିରି ପଞ୍ଚାୟତ ମାସାହାଣି ଗ୍ରାମରେ ଏହି ଦୁଃଖଦ ଘଟଣା ଘଟିଛି । ମୃତ ପୂଜକ ହେଲେ ସେହି ଗ୍ରାମର ବୈକୁଣ୍ଠ ଶତପଥୀ। ସବୁଦିନ ପରି ଶନିବାର ସେ ଗ୍ରାମରେ ଥିବା ମହାଦେବ ମନ୍ଦିରରେ ଠାକୁରଙ୍କ ନୀତିକାନ୍ତି କରୁଥିଲେ। ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ହଠାତ୍‌ ବଜ୍ରପାତ ହୋଇଥିଲା। ନୀତିକାନ୍ତି କରୁଥିବା ବୈକୁଣ୍ଠ ଗୁରୁତର ହୋଇପଡିଥିଲେ। ତୁରନ୍ତ ତାଙ୍କୁ ପଟ୍ଟାମୁଣ୍ଡାଇ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଳି ତହସିଲଦାର ତପନ ସେନାପତି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପୂଜକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଦାବି ହୋଇଛି।

Khansweb Solution Bhubaneswar

Leave A Reply

Your email address will not be published.