banner
Breaking

ମହଙ୍ଗା ହେବ ଏଟିଏମ କାରବାର

0

ନୂଆଦିଲ୍ଲୀ,୩ା୧୨: ନୂଆବର୍ଷରୁ ଏଟିଏମ୍‌ ବ୍ୟବହାର ମହଙ୍ଗା ହେବାକୁ ଯାଉଛି। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ୨୦୨୨ ଜାନୁୟାରୀ ୧ରୁ ଏଟିଏମ୍‌ କାରବାରର ଚାର୍ଜ ବଢ଼ାଇବା ପାଇଁ ଅନୁମତି ଦେଇଛି। ବ୍ୟାଙ୍କ ପକ୍ଷରୁ ଦିଆଯାଉଥିବା ମାଗଣା କାରବାର ବ୍ୟବହାର ପରେ ଆଉ ଅଧିକ କାରବାର କଲେ ବ୍ୟାଙ୍କକୁ ପୂର୍ବ ଅପେକ୍ଷା ଏବେ ଅଧିକ ଟଙ୍କା ଦେବାକୁ ପଡ଼ିବ ।

ଆରବିଆଇର ବିଜ୍ଞପ୍ତି ଅନୁସାରେ, ବର୍ତ୍ତମାନ ସବୁ କାରବାରରେ ବ୍ୟାଙ୍କ ୨୦ ଟଙ୍କା ନେଉଛି । ତେବେ ଏହା ୧ ଜାନୁୟାରୀ ୨୦୨୨ରୁ ବ୍ୟାଙ୍କ ୨୧ ଟଙ୍କା ନେବ । ବ୍ୟାଙ୍କ ଗ୍ରାହକଙ୍କୁ ପ୍ରତି ମାସରେ ସେହି ବ୍ୟାଙ୍କର ଏଟିଏମ୍‌ରୁ ପାଞ୍ଚଟି ମାଗଣା କାରବାର ପାଇଁ ଅନୁମତି ଦେଇଥାଏ । ଅନ୍ୟ ବ୍ୟାଙ୍କରୁ ମାଗଣା କାରବାରର ଲିମିଟ୍‌ ଆପଣ କେଉଁ ସହରରେ ରହୁଛନ୍ତି ତାହା ଉପରେ ନିର୍ଭର କରିଥାଏ। ମେଟ୍ରୋ ସହରରେ ରହୁଥିବା ବ୍ୟାଙ୍କ ଗ୍ରାହକମାନେ ଅନ୍ୟ ବ୍ୟାଙ୍କର ଏଟିଏମ୍‌ରୁ ପ୍ରତି ମାସରେ ମାତ୍ର ୩ ଥର କାରବାର କରିପାରିବେ।

Khansweb Solution Bhubaneswar

Leave A Reply

Your email address will not be published.