ରାଜଧାନୀରେ ଏଟିଏମ କାଟି ଲକ୍ଷାଧିକ ଲୁଟ।

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ମାତିଲେ ଏଟିଏମ ଲୁଟେରା। ଭୁବନେଶ୍ୱର ଇନଫୋସିଟି ଥାନା ଅନ୍ତର୍ଗତ ପଟିଆ ଷ୍ଟେସନ ରୋଡ୍‌ରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(PNB) ଏଟିଏମ୍‌ରୁ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।
ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଗ୍ୟାସ୍‌ କଟରରେ କାଟି ଏଟିଏମରୁ ୨୮ ଲକ୍ଷ ଟଙ୍କା ଲୁଟି ନେଇ‌ଥିବା ଅଭିଯୋଗ ହୋଇଛି। ଏ ନେଇ ଏଟିଏମ ମେଣ୍ଟେନାନ୍ସ ଦାୟିତ୍ୱରେ ଥିବା କର୍ମଚାରୀ ଇନଫୋସିଟି ଥାନାରେ ଆଜି ଅଭିଯୋଗ କରିଛନ୍ତି।
ଘଟଣାସ୍ଥଳରେ ଇନଫୋସିଟି ପୋଲିସ୍‌ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ସିସିଟିଭି ଫୁଟେଜ୍‌ ମଧ୍ୟ ଯାଞ୍ଚ କରାଯାଇଛି।