banner
Breaking

ସାହାସୀ ଝିଅ ସୀମା-ରିମାଙ୍କୁ ସମ୍ବର୍ଦ୍ଧିତ କରିବ ଆର୍ଯ୍ୟସମାଜ।

0

ଭୁବନେଶ୍ୱର,୧୯/୯(ଓଡ଼ିଆ ନ୍ୟୁଜ) : କେନ୍ଦ୍ରାପଡ଼ା ଜିଲ୍ଲାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ଯାଉଥିବା ବୃଦ୍ଧଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇ, ଅଦମ୍ୟ ସାହାସିକତା ଦେଖାଇଥିବା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳ, ଅମୃତମଣୋହି ପଞ୍ଚାୟତ ନୂଆଡ଼ିହା ଗ୍ରାମର ହିମାଦ୍ରୀ ପାତ୍ରଙ୍କ ଦୁଇଝିଅ ରିମା ଓ ସୀମାଙ୍କୁ ଆର୍ଯ୍ୟସମାଜ, ଓଡ଼ିଶା ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ ।
ଆର୍ଯ୍ୟସମାଜ, ଓଡ଼ିଶାର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ଯେ, ସମାଜରେ ନୂତନ ଯୁବପିଢି ତଥା ବିଶେଷଭାବରେ ଛାତ୍ରଛାତ୍ରୀଙ୍କ ମନରେ ସାହାସିକତାର ପ୍ରେରଣା ଦେବା ପାଇଁ ଆର୍ଯ୍ୟସମାଜ ଓଡ଼ିଶା ପକ୍ଷରୁ ଆଗାମୀ ଅକ୍ଟୋବର ୧ ତାରିଖ ଓଡ଼ିଶାରେ ଆର୍ଯ୍ୟସମାଜ ଆନ୍ଦୋଳନର ମୁଖ୍ୟ ପୃଷ୍ଠପୋଷକ ସଂସ୍କାରକ ଶ୍ରୀବତ୍ସ ପଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସରରେ ଭୁବନେଶ୍ୱର ବୁଦ୍ଧ ମନ୍ଦିର ଠାରେ ଏକ ସ୍ୱତନ୍ତ୍ର ଉତ୍ସବରେ ଦୁଇଭଉଣୀଙ୍କୁ ସମ୍ବର୍ଦ୍ଧିତ କରାଯିବ ।

Khansweb Solution Bhubaneswar

Leave A Reply

Your email address will not be published.