banner
Breaking

ଏୟାରଟେଲ ପକ୍ଷରୁ ଦ୍ରୁତ ୫ଜି ନେଟ୍‌ୱର୍କ ଓ ଅଭିନବ ଉଦ୍ୟୋଗ ବ୍ୟବହାର ପ୍ରଦର୍ଶିତ

0

ଭୁବନେଶ୍ୱର : ଭାରତର ପ୍ରମୁଖ ଯୋଗାଯୋଗ ସମାଧାନ ପ୍ରଦାନକାରୀ ଭାରତୀ ଏୟାରଟେଲ୍ (ଏୟାରଟେଲ୍‌), କୋଲ୍‌କାତାର ସାଇନ୍ସ ସିଟିଠାରେ ବେଙ୍ଗଲ୍ ଗ୍ଲୋବାଲ ଟ୍ରେଡ୍ ଏକ୍ସପୋ ୨୦୨୨ (ବିଜିଟିଇ ୨୦୨୨)ରେ ନିଜର ସୁପର୍‌ଫାଷ୍ଟ୍ ଓ ଅଲ୍‌ଟ୍ରା-ଲୋ ଲାଟେନ୍ସି ଲାଇଭ୍ ୫ଜି ନେଟ୍‌ୱର୍କର ପ୍ରଦର୍ଶନ କରିଛି । ଏହି ପ୍ରଦର୍ଶନକୁ ଦୂରସଂଚାର ବିଭାଗ ଦ୍ୱାରା ଏୟାରଟେଲ୍‌କୁ ଆବଂଟିତ ୩.୪-୩.୫ ଜିଏଚ୍‌ଜେଡ୍ ବ୍ୟାଣ୍ଡ୍ ଟ୍ରାଏଲ୍ ସ୍ପେକ୍ଟ୍ରମର ବ୍ୟବହାର କରି ଷ୍ଟାଣ୍ଡ୍‌ଏଲୋନ୍ ମୋଡ୍‌ରେ କାର୍ଯ୍ୟକାରୀ କରାଯାଇଛି । ୧.୪ ଜିବିପିଏସ୍ ପର୍ଯ୍ୟନ୍ତ ବେଗ ଓ ୨୦ଏମ୍‌ଏସ୍‌ରୁ କମ୍ ଲାଟେନ୍ସି ସହିତ, ଏୟାରଟେଲ୍ ୫ଜି ଗ୍ରାହକ ଓ ବ୍ୟବସାୟଗୁଡିକ ପାଇଁ ଏକାଧିକ ୟୁଜ୍ କେସ୍ ବା ବ୍ୟବହାର ମାମଲାର ପ୍ରଦର୍ଶନ କରିଛି । ଏଥିରେ ବାଣିଜ୍ୟିକ ରୂପେ ଉପଲବ୍ଧ ୫ଜି ସ୍ମାର୍ଟଫୋନ୍‌ଗୁଡିକରେ କ୍ଲାଉଡ୍ ଗେମିଙ୍ଗ୍ ଓ ୮କେ ଭିଡିଓ ଷ୍ଟ୍ରିମିଙ୍ଗ୍ ସମେତ ଭିଆର୍ ଡିଭାଇସ୍ ଓ ନେକ୍‌ବ୍ୟାଣ୍ଡ ୩୬୦ଡିଗ୍ରୀର ବ୍ୟବହାର କରି ନିମଜ୍ଜିତ ଭର୍ଚୁଆଲ ରିୟାଲିଟି ଆଧାରିତ ଅନୁଭୂତି ସାମିଲ ରହିଛି ।
ଏହାର ହାସଟ୍ୟାଗ ୫ଜି ଫର୍‌ବିଜ୍‌ନେସ୍ ଅଭିଯାନର ଅଂଶ ଭାବେ ଏୟାରଟେଲ୍ ୫ଜିର ହାଇସ୍ପିଡ୍ ଲୋ ଲାଟେନ୍ସିର ବ୍ୟବହାର କରି ସ୍ୱୟଂଚାଳିତ ଉତ୍ପାଦନ ଓ ଗୁଣବତା ଯାଂଚ ସହିତ ଭବିଷ୍ୟତର କନେକ୍ଟେଡ୍ ଫ୍ୟାକ୍ଟ୍ରିର ପ୍ରଦର୍ଶନ କରିଛି । ଏହାସହିତ ଏୟାରଟେଲ୍ ଡ୍ରୋନ୍ ଆଧାରିତ ଇନ୍‌ଭେନ୍‌ଟୋରୀ ମ୍ୟାନେଜ୍‌ମେଂଟ୍‌ର ମଧ୍ୟ ପ୍ରଦର୍ଶନ କରିଛି । ୫ଜି ବ୍ୟବହାର ମାମଲା ବ୍ୟତୀତ ଏୟାରଟେଲ୍ ପକ୍ଷରୁ ଡିଜିଟାଲ କନେକ୍ଟିଭିଟି ଏବଂ ଏୟାରଟେଲ୍ ଆଇଓଟି ଓ ଆଜିର ରିମୋଟ୍ ଓ ମୋବାଇଲ ୱର୍କଫୋର୍ସକୁ ସମର୍ଥନ କରିବା ପାଇଁ ନିର୍ମିତ ଏକ ଅଲ୍‌-ଇନ୍‌-ୱାନ୍ ଇଂଟର୍‌ନେଟ୍ ସଲ୍ୟୁଶନ- ଏୟାରଟେଲ୍ ଅଫିସ୍ ଇଂଟର୍‌ନେଟ୍ ଭଳି ପ୍ରଡକ୍ଟିଭିଟି ଅଫରିଙ୍ଗଗୁଡିକର ରେଞ୍ଜ୍‌କୁ ପ୍ରଦର୍ଶନ କରାଯାଇଛି ।
ଏସମ୍ପର୍କରେ ଭାରତୀ ଏୟାରଟେଲ୍‌ର ପଶ୍ଚିମବଙ୍ଗ ଓ ଓଡିଶା ସିଇଓ ସିଦ୍ଧାର୍ଥ ଶର୍ମା କହିଛନ୍ତି, ‘ଏୟାରଟେଲ୍ ଭାରତରେ ୫ଜିର ଆରମ୍ଭ କରିଛି । ଏହାର ପ୍ରଦର୍ଶନ ହେଉଛି ଆମ ନେଟ୍‌ୱର୍କର ୫ଜି ପ୍ରସ୍ତୁତି ଏବଂ ଡିଜିଟାଲ ଇକୋସିଷ୍ଟମରେ ଆମର ଗଭୀର ଉଦ୍ଭାବନ କ୍ଷମତା ଓ ସହଭାଗିତାର ଆଉ ଏକ ବୈଧତା । ଆମେ ବିଶ୍ୱସ୍ତରୀୟ ୫ଜି ଅଭିଜ୍ଞତା ଓ ଡିଜିଟାଲ ଆପ୍ଲିକେଶନଗୁଡିକ ସହିତ ଆମର ଗ୍ରାହକ ଓ ବ୍ୟବସାୟଗୁଡିକୁ ଖୁସି କରିବାକୁ ଅପେକ୍ଷା କରିଛୁ ।’

Khansweb Solution Bhubaneswar

Leave A Reply

Your email address will not be published.