banner
Breaking

ବିଶ୍ବ ଜନଜାତି ଦିବସ ଅବସରରେ ‘ଆର୍ଟ ଅଫ୍ ଗିଭିଂ “

0

ଭୁବନେଶ୍ୱର (ବ୍ୟୁରୋ): ଆଜି ବିଶ୍ବ ଜନଜାତି ଦିବସ ଅବସରରେ ସାମାଜିକ ଅନୁଷ୍ଠାନ ‘କଳିଙ୍ଗ ସିନେ ଆର୍ଟସ୍’ ପକ୍ଷରୁ ଚନ୍ଦକା ଭୋଳା ନିକଟ ଆଦିବାସି ବସ୍ତିରେ ‘ଆର୍ଟ ଅଫ୍ ଗିଭିଂ’ ଅନୁଷ୍ଠିତ ‌ହୋଇଯାଇଛି। ଏହି ଅବସରରେ ଆଦିବାସୀ ବସ୍ତିର ପିଲାମାନଙ୍କୁ ପୋଷାକ, ପାଠ୍ୟ ଉପକରଣ ଓ ଖାଦ୍ୟ ପୁଡ଼ିଆ ବଣ୍ଟାଯିବା ସହ ମହିଳା ମାନଙ୍କୁ ସାଢ଼ି ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ମହିଳା ସେବୀକା ମଧୁସ୍ମିତା, ସାଗରିକା ଓ ମମତାରାଣୀ ଦେବୀ ବସ୍ତିର ମହିଳାଙ୍କୁ ପରିବାର ନିୟନ୍ତ୍ରଣ, ନାରୀ ଶିକ୍ଷା ଓ ସଶକ୍ତିକରଣ ହେବାନେଇ ସଚେତନ କରିଥିଲେ। ସେହିଭଳି ଅନୁଷ୍ଠାନର ସଭାପତି ସୁଶାନ୍ତ ଦାସ, ସଂପାଦକ ବିଦ୍ୟାଧର ବାରିକ, ଉପଦେଷ୍ଟା ଫକିରମୋହନ ଧଳ ଓ କାଳିଚରଣ ସିଂ ପୁରୁଷମାନଙ୍କୁ ଏକଝୁଟକରି ନିଶା ନିବାରଣ ବିଷୟରେ ସଚେତନକରିବା ସହ ଏକ ତଥ୍ୟ ଭିତିକ ଚଳଚ୍ଚିତ୍ର ‌ପର୍ଦଶନକରି ନିଶା ନଖାଇବା ପାଇଁ ପ୍ରୋତ୍ସାହନ ଦେଇଥିଲେ। ଏହି ଅବସରରେ ଅନୁଷ୍ଠାନର ସଭ୍ୟମାନେ ଆର୍ଟ ଅଫ୍ ଗିଭିଂ କଣ’ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କେଉଁ ଉଦ୍ୟେଶରେ ଏହାକୁ ବିଶ୍ବ ବ୍ୟାପକ କରାଇଛନ୍ତି ତାହାନେଇ ଆଦିବାସୀ ବସ୍ତି ବାସିନ୍ଦାକୁ ସୂଚତାଦେଇଥିଲେ। ଆଜି ବିଶ୍ବ ଜନଜାତି ଦିବସ ଅବସରରେ ଅନୁଷ୍ଠାନର ସଭ୍ୟମାନେ ବସ୍ତିରେ ଆଦିବାସୀମାନଙ୍କ ସହ ପାରମ୍ପରିକ ଶାନ୍ତାଳ ନୃତ୍ୟକରି ଝୁମିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.