banner
Breaking

କଟକର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ ଅରବିନ୍ଦ ଅଗ୍ରୱାଲ

0

କଟକ : ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଅରବିନ୍ଦ ଅଗ୍ରୱାଲ । ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ପହଞ୍ଚିବା ପରେ କର୍ମଚାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ । ପୂର୍ବତନ ଜିଲ୍ଲାପାଳ ସୁଶାନ୍ତ ମହାପାତ୍ରଙ୍କ ଠାରୁ ଅରବିନ୍ଦ ଅଗ୍ରୱାଲ ଦାୟିତ୍ୱ ନେଇଛନ୍ତି । ଏହାପରେ ସେ କହିଛନ୍ତି ଯେ, ତାଙ୍କର ଫୋକସରେ ଜାଇକା କାମ ରହିଛି । କଟକ ଜନସାଧାରଣଙ୍କ ମତାମତ ଅନୁସାରେ ବିଭିନ୍ନ ପଦକ୍ଷେପ ନିଆଯିବ । ଆଗକୁ ପୂଜା ସିଜନ ଆସୁଥିବା ବେଳେ ଏହାକୁ ଶାନ୍ତିଶୃଙ୍ଖଳାର ସଂପନ୍ନ କରାଯିବା ଉପରେ ଗୁରୁତ୍ୱ ଦେଇଛନ୍ତି ନୂଆ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ।

Khansweb Solution Bhubaneswar

Leave A Reply

Your email address will not be published.