banner
Breaking

ବଦଳିବ ଆପାର୍ଟମେଣ୍ଟ ଅଧିନିୟମ, ମାଲିକାନା ଦ୍ବନ୍ଦ ଦୂର ହେବ

0

ରାଜ୍ୟ ସରକାର ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ-୧୯୮୨ ଏବଂ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ନିୟମ-୧୯୯୨ କାର୍ଯ୍ୟକାରୀ କରୁଛନ୍ତି। ମାତ୍ର ଏଥିରେ ଅନେକ ତ୍ରୁଟିବିଚ୍ୟୁତି ଥିବାରୁ ରାଜ୍ୟ ସରକାର ଏଥିପାଇଁ ନୂଆ ଆଇନ ଆଣିବେ। ନୂତନ ଆଇନ କାର୍ଯ୍ୟକାରୀ ହେଲେ ବ୍ୟକ୍ତିଗତ ଆପାର୍ଟମେଣ୍ଟ ମାଲିକାନା ପ୍ରଦାନ କରାଯିବ। ପ୍ରସ୍ତାବିତ ଆଇନରେ ସମସ୍ତଙ୍କ ସ୍ବାର୍ଥକୁ ଗୁରୁତ୍ତ୍ୱ ଦେବା ସହ ଆପାର୍ଟମେଣ୍ଟ ମାଲିକଙ୍କ ସମ୍ପର୍କରେ ସ୍ପଷ୍ଟ ବ୍ୟବସ୍ଥା ରହିବ। ଫଳରେ ଆପାର୍ଟମେଣ୍ଟ ମାଲିକାନାକୁ ନେଇ ଦେଖାଦେଇଥିବା ଦ୍ୱନ୍ଦ୍ୱ ଦୂର ହୋଇପାରିବ। ସୁବିଧାରେ ଘର ପାଇଁ ରେଜିଷ୍ଟ୍ରେଶନ କରି ହେବ। ବିଲ୍‌ଡରଙ୍କ ସହିତ ମଧ୍ୟ କୌଣସି ସମସ୍ୟା ରହିବ ନାହିଁ। କମନ ଏରିଆ ସହିତ ଜମିର ମାଲିକାନା ଓନର୍‌ ଆସୋସିଏଶନ ନାଁରେ ହିଁ ରହିବ। ଏହାଦ୍ୱାରା ବିଲ୍‌ଡର ଓ ଘର ମାଲିକଙ୍କ ମଧ୍ୟରେ ଲାଗି ରହୁଥିବା ବିବାଦର ଅନ୍ତ ହେବା ସହିତ ଘର କିଣାବିକା ସହଜରେ ହୋଇପାରିବ। ବର୍ଷେ ହେଲା ବନ୍ଦ ଥିବା ଆପାର୍ଟମେଣ୍ଟ ରେଜିଷ୍ଟ୍ରେଶନ ପାଇଁ ପୁଣି ବାଟ ଫିଟିବ।

Khansweb Solution Bhubaneswar

Leave A Reply

Your email address will not be published.