banner
Breaking

୨୦୨୦ ପାଇଁ ଦେଶର ଶ୍ରେଷ୍ଠ ସା°ସଦ ହେଲେ ଅପରାଜିତା ଷଢ଼ଙ୍ଗୀ।

0

ଭୁବନେଶ୍ୱର,୨/୧(ଓଡ଼ିଆ ନ୍ୟୁଜ): ସାଂସଦ ଅପରାଜିତା ଷଡ଼ଙ୍ଗୀ ୨୦୨୦ ବର୍ଷ ପାଇଁ ଦେଶର ଶ୍ରେଷ୍ଠ ସାଂସଦ ଭାବେ ମନୋନୀତ ହୋଇଛନ୍ତି । ଏସିଆ ପୋଷ୍ଟ ଓ ଫେମ୍ ଇଣ୍ଡିଆ ପକ୍ଷରୁ ତାଙ୍କୁ ମନୋନୀତ କରାଯାଇଛି । ଦେଶର ଶ୍ରେଷ୍ଠ ସାଂସଦ ଭାବେ ମନୋନୀତ ହେବା ପରେ ଟ୍ୱିଟ୍ କରି ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ସାଂସଦ ଅପରାଜିତା । ଭୁବନେଶ୍ୱର ଲୋକସଭା କ୍ଷେତ୍ରରୁ ପ୍ରଥମ ଥର ନିର୍ବାଚନ ଜିତି ସଂସଦକୁ ଯାଇଛନ୍ତି । ପ୍ରଶାସିକା ଚାକିରି ଛାଡ଼ି ରାଜନୀତିରେ ଯୋଗ ଦେଇଥିବା ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ମୁଁ ସବୁବେଳେ ଲୋକଙ୍କ ପାଖରେ ରହିଛି ଆଉ ଆଗାମୀ ଦିନରେ ବି ରହିବି।

Khansweb Solution Bhubaneswar

Leave A Reply

Your email address will not be published.