banner
Breaking

ବନ୍ଦ ଘରେ ଅସଞ୍ଜତ ଅବସ୍ଥାରେ ଚାଲିଥିଲା ଖେଳ। ଉଠାଇ ଆଣିଲା ପୋଲିସ ତାପରେ କଣ ହେଲା ପଢନ୍ତୁ

0

ଅନୁଗୁଳ,(ବ୍ୟୁରୋ) ବନ୍ଦ ଘର ଭିତରେ ଚାଲିଥିଲା ଖେଳ ଅସଞ୍ଜତ ଅବସ୍ଥାରେ ଥିଲେ ପୁଅଝିଅ। ପୋଲିସ ପହଞ୍ଚିବା ପରେ ଘଟଣାର ହୋଇଥିଲା ପର୍ଦାଫାସ ଅନୁଗୁଳରେ ପୁଣି ଏକ ସେକ୍ସ ରାକେଟ ଠାବ କରିଛି ଅନୁଗୋଳ ପୋଲିସ । ରାଣୀଗୋଡା ଅଞ୍ଚଳର ଏକ ଲଜ଼ ଉପରେ ପୋଲିସ ଚଢ଼ାଉ କରି ୩ ଝିଅ , ୩ ଗରାଖଙ୍କୁ ଅସଂଯତ ଅବସ୍ଥାରେ ପାଇଥିଲା । ସେମାନଙ୍କ ସହ ୨ ଜଣ ଦଲାଲଙ୍କ ଅଟକ ରଖି ପୋଲିସ ପଚରାଉଚୁରା କରିଥିଲା । ସେମାନଙ୍କ ନିକଟରୁ ବହୁ ଆପତ୍ତିଜନକ ସାମଗ୍ରୀ , ୧୫ ହଜାର ଟଙ୍କା ଓ ୫ ମୋବାଇଲ ଜବତ ହୋଇଛି । ପରେ ୩ ଗରାଖ ଓ ୨ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଛି ।

ଗିରଫମାନେ ହେଲେ ରେଙ୍ଗାଳି ଥାନା କାଳିଆଦମାର ଡ଼କ୍ଟର ବିଶ୍ୱାଳ ,ତ୍ରିଲୋଚନ ବିଶ୍ୱାଳ , ଛେଣ୍ଡିପଦା ଥାନା ଝିଣ୍ଟିପାଳର ପୁପୁନ ବେହେରା ଓ ଲଜ ମ୍ୟାନେଜର ସଞ୍ଜିତ ସିଂ ଓ କର୍ମଚାରୀ ମନୋରଞ୍ଜନ ପରିଡା । ଅଟକ ୩ ଝିଅଙ୍କୁ ଥଇଥାନ କରାଯିବ ଏବଂ ଗିରଫ ଗ୍ରାହକ ଓ ହୋଟେଲ କର୍ମଚାରୀଙ୍କୁ ଆଜି କୋର୍ଟ ଚାଲାଣ କରାଯିବ । ପ୍ରାୟ ୨୦ ଦିନ ହେଲା ଏହି ସେକ୍ସ ରାକେଟ ହୋଟେଲ ମ୍ୟାନେଜରଙ୍କ ଦ୍ଵାରା ଚାଲୁଥିଲା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

Khansweb Solution Bhubaneswar

Leave A Reply

Your email address will not be published.