banner
Breaking

ତଦନ୍ତରେ ଅବହେଳା କରିବାରୁ ନିଳମ୍ବିତ।

0

ଅନୁଗୁଳ,୨୮/୧୦: ତଦନ୍ତରେ ଅବହେଳା କରିଥିବା ନେଇ ଜଣେ ମହିଳା ଏସ୍‌ଆଇଙ୍କୁ ସୋମବାର ନିଲମ୍ବିତ କରାଯାଇଛି। ସେ ହେଲେ କୋଲିଆରି ଥାନାର ସବଇନସ୍ପେକ୍ଟର ସୁମିତ୍ରା ପାତ୍ର।

ସୂଚନା ଅନୁସାରେ ଜଣେ ମହିଳା କୋଲିଆରି ଥାନାର ସବଇନ୍ସପେକ୍ଟର ସୁମିତ୍ରା ପାତ୍ରଙ୍କ ନିକଟରେ ଯୌତୁକ ନିର୍ଯାତନା ନେଇ ଅଭିଯୋଗ କରିଥିଲେ। ଏହି ଅଭିଯୋଗର ତଦନ୍ତ ଦାୟିତ୍ୱ ସୁମିତ୍ରା ପାତ୍ର ନେଇଥିଲେ। ହେଲେ ଅନେକ ଦିନ ବିତି ଯାଇଥିଲେ ବି ମହିଳା ସବଇନ୍ସପେକ୍ଟର ଏହି ଯୌତୁକ ନିର୍ଯାତନା ଘଟଣାର ସଠିକ୍‌ ତଦନ୍ତ ନକରିବା ସହିତ ଅବହେଳା ବି କରିଥିଲେ।
ଏହି ଘଟଣାକୁ ନେଇ ତଦନ୍ତ କରିବାକୁ ପୀଡିତା ବାରମ୍ବାର ସବଇନସ୍ପେକ୍ଟର ସୁମିତ୍ରା ପାତ୍ରଙ୍କ ନିକଟରେ ଅନୁରୋଧ କହିଥିଲେ ହେଁ ସେ କୌଣସି ପଦକ୍ଷେପ ନେଇ ନଥିଲେ। ଶେଷରେ ପୀଡିତା ନିରାଶ ହୋଇ କିଛିଦିନ ତଳେ ଆତ୍ମହତ୍ୟା କରି ଦେଇଥିଲେ। ତେଣୁ ଏହି ଘଟଣାର ତଦନ୍ତରେ ଅବହେଳା କରିଥିବା ନେଇ କୋଲିଆରି ଥାନାର ସବଇନ୍ସପେକ୍ଟର ସୁମିତ୍ରା ପାତ୍ରଙ୍କୁ ଆଜି ନିଲମ୍ବିତ କରାଯାଇଥିବା ନେଇ ଉତ୍ତରକେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.