banner
Breaking

ଆଣ୍ଡାମାନରେ ହେବନି ରଥଯାତ୍ରା, ଛେରାପହଁରା ପାଇଁ ଯିବେନି ଓଡ଼ିଆ ମଠ ମହନ୍ତ

0

ଭୁବନେଶ୍ୱର,୨୨/୬(ଓଡ଼ିଆ ନ୍ୟୁଜ): ଆଣ୍ଡାମାନ ନିକୋବରର ପୋର୍ଟବ୍ଲେୟାର ଠାରେ ଶ୍ରୀ ଜଗନ୍ନାଥଙ୍କ ପ୍ରତିବର୍ଷ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ତେବେ ଚଳିତ ବର୍ଷ କରୋନା କଟକଣା ପାଇଁ ରଥଯାତ୍ରା ହେବ ନାହିଁ । ସେହିପରି ଠାକୁରଙ୍କ ଯାତ୍ରା ପୂର୍ବରୁ ଓଡିଶାର ନିମପଡ଼ା ଠାକୁର ପାଟଣା ମଠର ମହନ୍ତ ତଥା ପୁରୁଣା ଭୁବନେଶ୍ୱରର ଅଧିବାସୀ, ଆଣ୍ଡାମାନ ଏକ୍ସପ୍ରେସ୍‌ର ମୁଖ୍ୟ ପରିଚାଳକ ଗଦାଧର ଦାସ ଗୋସ୍ୱାମୀ ଛେରାପହଁରା କରନ୍ତି । ଶ୍ରୀ ଦାସ ଚଳିତ ବର୍ଷ ସରକାରଙ୍କ କୋଭିଡ଼୍ କଟକଣା ମାନି ସେଠାକୁ ଯିବେ ନାହିଁ ବୋଲି ଜଣାପଡ଼ିଛି ।


ଆଣ୍ଡାମାନ୍ ‘ଉତ୍କଳ ସମାଜ’ ପକ୍ଷରୁ ଓଡ଼ିଆଙ୍କ ଦ୍ୱାରା ପ୍ରତିବର୍ଷ ସେଠାରେ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ହୁଏ । ମନ୍ଦିରରୁ ବାହାରି ସହର ପରିକ୍ରମା କରି ରାଜସ୍ଥାନ ମନ୍ଦିର ନିକଟ ଜଗନ୍ନାଥ ମନ୍ଦିରକୁ ଫେରିଥାନ୍ତି । ତେବେ ଚଳିତ ବର୍ଷ କେବଳ ବିଧି ଅନୁଯାୟୀ ପୂଜା କରାଯିବ ବୋଲି ଉତ୍କଳ ସମାଜର ସଭ୍ୟ ବିଜୟ କୁମାର ଜେନା ଓ ସରୋଜ ଦାସ ସୂଚନା ଦେଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.