banner
Breaking

ଅନନ୍ୟା ସୁଟିଂ ସେଟରେ ପାଳିଲେ ଜନ୍ମଦିନ।

0

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ବୁଧବାର ନିଜର ୨୧ତମ ଜନ୍ମଦିନ ପାଳିଛନ୍ତି। ଅନନ୍ୟା ବଲିଉଡ୍‌ରେ ସବୁଠାରୁ କମ୍‌ ବୟସ୍କା ଅଭିନେତ୍ରୀ ହୋଇଥିବା ବେଳେ ପ୍ରାୟ ସମୟରେ ତାଙ୍କର କ୍ୟୁଟ ଅନ୍ଦାଜରେ ମସ୍ତିଭରା ଭିଡିଓ ଭାଇରାଲ ହୋଇଥାଏ। ଇତିମଧ୍ୟରେ ତାଙ୍କର ବର୍ଥଡେ କେକ୍‌ କଟିଂର ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଅନନ୍ୟା ବେଶ୍‌ ଖୁସିଥିବା ଜଣାପଡ଼ୁଛନ୍ତି। ଅନନ୍ୟା ଏବେ ତାଙ୍କର ଅପ୍‌ କମିଂ ଫିଲ୍ମ ‘ପତି ପତ୍ନୀ ଔର ଓ’ ଶୁଟିଂରେ ବ୍ୟସ୍ତ ରହିଛନ୍ତି। ଶୁଟିଂ ସେଟ୍‌ରେ ଅଭିନେତା କାର୍ତ୍ତିକ ଆର୍ୟନ ତାଙ୍କ ପାଇଁ ଏକ ବର୍ଥଡେ ପାର୍ଟିର ଆୟୋଜନ କରିଥିଲେ। ଏହି ଅବସରରେ ଫିଲ୍ମ ସେଟ୍‌ର ପୂରା ଟିମ୍‌, କାର୍ତ୍ତିକ ଓ ଭୂମି ପେଦନେକର ସାମିଲ ହୋଇଥିଲେ। କେକ୍‌ କାଟିବା ପରେ ଅନନ୍ୟା ପ୍ରଥମେ କାହାକୁ ନ ଦେଇ ପିଲାଳିଆମି ଭାବେ ନିଜେ ଖାଇଦେଇଥିଲେ। ହେଲେ ପରେ ସମସ୍ତଙ୍କୁ ଖୁଆଇଥିଲେ। ଏହାପରେ ସେଟ୍‌ରେ ସେ ନାଚୁଥିବାର ଦେଖିବାକୁ ମିଳିଛି। ଉକ୍ତ ଭିଡିଓ ଇନ୍‌ଷ୍ଟାଗ୍ରାମରେ ଶେୟାର ହେବା ପରେ ଅନନ୍ୟାଙ୍କ ଏହି କ୍ୟୁଟ ଅନ୍ଦାଜକୁ ପ୍ରଶଂସକ ବେଶ୍‌ ପସନ୍ଦ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.