banner
Breaking

ଭାରତକୁ କରୋନା ମୁକ୍ତ କରିବ ଆମେରିକୀୟ କମ୍ପାନୀ।

0

ନୂଆଦିଲ୍ଲୀ, ୨୬ା୫: ଖୁବ୍‌ କମ୍‌ ଜଣାଶୁଣା ଆମେରିକାର ଏକ କମ୍ପାନୀ ଲାଣ୍ଡୋମସ୍‌ ରିୟଲ୍‌ଟି ଭେଞ୍ଚର୍ସ ଭାରତରେ ୫ ଶହ ବିଲିୟନ ଡଲାର (୩୬ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା) ନିବେଶ କରି ଦେଶକୁ କରୋନା ମୁକ୍ତ କରିବାକୁ ପ୍ରତିଶ୍ରୁତି ଦେଇଛି। ଭାରତରୁ ମହମାରୀ ଦୂର କରିବାକୁ କମ୍ପାନୀ ନିକଟରେ ସମ୍ପୂର୍ଣ୍ଣ ଯୋଜନା ରହିଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥରେ ସୁଯୋଗ ଦିଅନ୍ତୁ ବୋଲି କହି ଏହି କମ୍ପାନୀ ଏକ ପ୍ରମୁଖ ଇଂଲିଶ ଖବରକାଗଜର ପ୍ରଥମ ପୃଷ୍ଠାରେ ଏ ବାବଦରେ ବିଜ୍ଞାପନ ଛାପିଛି। ଏକ ଅଚିହ୍ନା କମ୍ପାନୀ ଏତେ ପରିମାଣର ଟଙ୍କା ନିବେଶ କରିବାକୁ ଚାହୁଁଥିବା ଖବର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବାବେଳେ ଅନେକେ ଏହାକୁ ସହଜରେ ବିଶ୍ୱାସ କରିପାରିନାହାନ୍ତି।
ଭାରତରେ ‘ଇନ୍‌ଭେଷ୍ଟ ଇଣ୍ଡିଆ’ ଅଭିଯାନରେ ନ୍ୟାଶନାଲ ଇନ୍‌ଫ୍ରାଷ୍ଟ୍ରକଚର ପାଇପ୍‌ଲାଇନ(ଏନ୍‌ଆଇପି) ଏବଂ ନନ୍‌-ଏନ୍‌ଆଇପି ପ୍ରୋଜେକ୍ଟରେ ନିବେଶ କରିବାକୁ ଚାହୁଁଥିବା ଲାଣ୍ଡୋମସ୍‌ ଗ୍ରୁପ୍‌ର ଚେୟାରମ୍ୟାନ ପ୍ରଦୀପ କୁମାର ସତ୍ୟପ୍ରକାଶ ଉକ୍ତ ବିଜ୍ଞାପନ ମାଧ୍ୟମରେ କହିଛନ୍ତି। ଏଥିସହ ଭାରତର ପୁନଃନିର୍ମାଣ ଓ ୫ ଟ୍ରିଲିୟନ ଡଲାର ଜିଡିପି ଟାର୍ଗେଟ ପୂରଣ କରିବାରେ କମ୍ପାନୀ ଭାରତ ସରକାରଙ୍କୁ ସହାୟତା କରିବ ବୋଲି କହିଛି। ସୂଚନାଥାଉ କି, ବିଶ୍ୱର ପ୍ରମୁଖ ଧନୀ ବ୍ୟକ୍ତି ଇ-କମର୍ସ କମ୍ପାନୀ ଆମାଜନ୍‌ ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌, ଟେସ୍‌ଲା ମାଲିକ ଏଲନ ମସ୍କ, ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ୍‌ ଗେଟ୍ସଙ୍କ ସମ୍ପତ୍ତି ମିଶିଲେ ମଧ୍ୟ ୩୬ ଲକ୍ଷ କୋଟି ଟଙ୍କା ହେବ ନାହିଁ। ଏହି ବିଜ୍ଞାପନକୁ ସୋସିଆଲ ମିଡିଆରେ ଅନେକ ପ୍ରଶ୍ନ କରିଥିବାବେଳେ ସରକାର ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ମଧ୍ୟ ଦାବି ହୋଇଛି।

Khansweb Solution Bhubaneswar

Leave A Reply

Your email address will not be published.