banner
Breaking

ଆମ୍ବେଦକରଙ୍କ ୧୩୨ ତମ ଜୟନ୍ତୀ ସମାରୋହ

0

ଭୁବନେଶ୍ୱର : ଓଡିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଆମ୍ବେଦକର ଇରନ୍ୟାସନାଲ୍ ସେଣ୍ଟର ପକ୍ଷରୁ ବୁଦ୍ଧମନ୍ଦିର ଠାରେ ରାଜ୍ୟସ୍ତରୀୟ ଆମ୍ବେଦକର ୧୩୨ ତମ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଗୋପବନ୍ଧୁ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଉଦଘାଟକ ଭାବେ ସ୍ୱତନ୍ତ୍ର ପୋଲିସ ମହାନିର୍ଦ୍ଦେଶକ ସିଦ୍ଧାର୍ଥ ଏମ. ନର୍ଭାଣେ ଯୋଗଦେଇ ସମାରୋହକୁ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ଜୟଦେବ ବିଧାୟକ ଡଃ ଅରବିନ୍ଦ ଢାଲି ସମ୍ମାନିତ ଅତିଥି ଭାବେ ସୁବାସ ଚନ୍ଦ୍ର ମନ୍ତ୍ରୀ, ଡଃ ସୁଶାନ୍ତ ଦାସ ପ୍ରମୁଖ ଯୋଗଦେଇ ସମ୍ବିଧାନ ପ୍ରଣେତା ଡଃ ବି ଆର ଆମ୍ବେଦକରଙ୍କ ଭାରତର ଗଣତନ୍ତ୍ର ପାଇଁ ଥିବା ଅବଦାନ ଓ ଏହାର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ସଂଗଠନର ଜିଲ୍ଲା ସ୍ତରୀୟ ପ୍ରତିନିଧି, କର୍ମର୍କା ମାନେ ଯୋଗଦାନ କରିଥିଲେ । ସଂଗଠନର ଅଧ୍ୟକ୍ଷ କାଳି ଚରଣ ସିଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.