banner
Breaking

ଆଜି ପବିତ୍ର ଅକ୍ଷୟ ତୃତୀୟା , ରଥକାଠ ଅନୁକୂଳ

0

ପୁରୀ : ଆଜି ପବିତ୍ର ଅକ୍ଷୟ ତୃତୀୟା । ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହେବ । ରଥଖଳାକୁ ଆଜ୍ଞାମାଳ ବିଜେ କରିବା ପରେ ୩ ଖଣ୍ଡ ଧଉରା କାଠରେ ରଥ ନିର୍ମାଣ ଅନୁକୂଳ କରାଯିବ । ଏହି ଅବସରରେ ତିନି ରଥର ମୁଖ୍ୟ ମହାରଣା, ଭୋଇ ସର୍ଦାରଙ୍କ ସମେତ, ମୁଖ୍ୟ କମାର, କରତୀ ଓ ରୂପକାର ସେବାୟତମାନଙ୍କୁ ରାଜଗୁରୁ ଶାଢ଼ୀ ବାନ୍ଧିବା ପରେ ରଥକାମ ଆରମ୍ଭ ହେବ ।
ସେହିପରି ରୌଦ୍ରତାପରୁ ଆଶ୍ବସ୍ତି ପାଇଁ ମହାପ୍ରଭୁ ନୌବିହାର କରିବେ । ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ । ଏଥିପାଇଁ ନରେନ୍ଦ୍ରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.