banner
Breaking

ରାଜଧାନୀରେ ସୂର୍ଯ୍ୟକିରଣ ଏୟାର ଶୋ ପ୍ରଦର୍ଶିତ

0

ଭୁବନେଶ୍ୱର : ରାଜଧାନୀର କୁଆଖାଇ ପଠାସ୍ଥିତ ବାଲିଯାତ୍ରା ପଡିଆରେ ‘ସୂର୍ଯ୍ୟକିରଣ ଏୟାର ଶୋ’ର ଦମ୍‌ଦାର ପ୍ରଦର୍ଶନ ଦେଖିବାକୁ ମିଳିଛି। ବାୟୁବୀରମାନେ ଆକାଶ ମାର୍ଗରେ ନିଜର ସାହସିକତା ପ୍ରଦର୍ଶନ କରିଛନ୍ତି। ଭିନ୍ନ ଭିନ୍ନ ଦୁଃସାହସିକ କ୍ରୀଡ଼ା କୌଶଳ ଦେଖାଇ ଓଡ଼ିଶାବାସୀଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଛନ୍ତି ବାୟୁବୀର। ଶୁକ୍ରବାର ସକାଳୁ ଭୁବନେଶ୍ୱରର କୁଆଖାଇ ପଠାସ୍ଥିତ ବାଲିଯାତ୍ରା ପଡିଆ ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ସେଠାରେ ଲୋକଙ୍କ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଛି। ପୂର୍ବାହ୍ନ ୧୦ଟା ପରେ ରାଜଧାନୀ ଆକାଶରେ ଦେଖିବାକୁ ମିଳିଥିଲା ବାୟୁସେନାର ଚିତ୍ତାକର୍ଷକ ଶୋ’। ଏକା ସାଙ୍ଗରେ ୯ଟି ହକ୍‌ ଲଢୁଆ ବିମାନ ଆକାଶରେ ଗର୍ଜନ କରି ଭିନ୍ନ କୌଶଳରେ ଉଡ଼ିଥିଲେ। ଏହାକୁ ଦେଖିବା ପାଇଁ ଘରର ଛାତ ଉପରେ ଲୋକଙ୍କ ଭିଡ଼ ଜମିଥିଲା। ଗୋଟିଏ ପରେ ଗୋଟିଏ ଏରୋବେଟିକ୍‌ ଟିମ୍‌ ଆକାଶରେ ଉଡ଼ି ନିଜର କୌଶଳ ପ୍ରଦର୍ଶନ କରିଥିଲେ। ଏହି ଶୋ’ପାଇଁ ବାୟୁସେନା ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ଓଡ୍ରାଫ୍‌ ଟିମ୍‌ ସହ ୪୫ ସେକ୍ସନ ଫୋର୍ସ ମୁତୟନ କରାଯାଇଥିଲା। ଅନ୍ୟପଟେ ଏହି ଅବସରରେ ରାଜ୍ୟପାଳ ଗଣେଶୀ ଲାଲ କୁଆଖାଇ ବାଲିଯାତ୍ରା ପଡିଆରେ ଉପସ୍ଥିତ ରହି ବାୟୁବୀରଙ୍କ ଦୁଃସାହସିକ ପ୍ରଦର୍ଶନ ଦେଖିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.