banner
Breaking

ମେ ୧୫ ରୁ ଦୁବାଇକୁ ଉଡିବ ବିମାନ

0

ଭୁବନେଶ୍ୱର : ଆସନ୍ତା ମେ’ ୧୫ ତାରିଖରୁ ଭୁବନେଶ୍ୱରରୁ ଦୁବାଇକୁ ବିମାନ ଉଡିବ। ସପ୍ତାହରେ ୩ଦିନ ସୋମବାର, ବୁଧବାର ଓ ଶୁକ୍ରବାର ଏହି ବିମାନ ସେବା ଚାଲିବ ବୋଲି କହିଛନ୍ତି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ।

ସୂଚନାଯୋଗ୍ୟ, କରୋନା ପୂର୍ବରୁ ଭୁବନେଶ୍ୱର ବିମାନବନ୍ଦରରୁ ଆନ୍ତର୍ଜାତୀୟ ବିମାନ ଚଳାଚଳକୁ ବନ୍ଦ କରିଦିଆଯାଇଥିଲା। ଏବେ ପୁଣି ଥରେ ଏହି ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ସେହିପରି ଜୁନ ୩ରୁ ଭୁବନେଶ୍ୱର-ସିଙ୍ଗାପୁର ଓ ଭୁବନେଶ୍ୱର-ବ୍ୟାଙ୍କକକୁ ମଧ୍ୟ ବିମାନ ସେବା ଆରମ୍ଭ ହେବ ବୋଲି ଜଣାପଡିଛି।

Khansweb Solution Bhubaneswar

Leave A Reply

Your email address will not be published.