banner
Breaking

ଭୁବନେଶ୍ୱର ରୁ ସୁରତକୁ ଉଡିଲା ବିମାନ। ଅପରାଜିତା ହେଲେ ପ୍ରଥମ ଯାତ୍ରୀ।

0

ଭୁବନେଶ୍ୱର,୨୦।୧(ଓଡ଼ିଆ ନ୍ୟୁଜ): ଓଡ଼ିଶାବାସୀଙ୍କ ବହୁଦିନର ପ୍ରତୀକ୍ଷାର ଅନ୍ତ ଘଟିଛି। ସୋମବାର ସକାଳ ୮.୪୦ମିନିଟ୍‌ରୁ ଏୟାର ଇଣ୍ଡିଆର ଏ୩୨୧ ବିମାନ  ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୮୧ ଜଣ ଯାତ୍ରୀଙ୍କୁ ନେଇ ସୁରଟକୁ ସିଧାସଳଖ  ଉଡ଼ାଣ ଆରମ୍ଭ କରିଛି। ଏଥିରେ ଭୁବନେଶ୍ୱର ସାସ°ଦ ଅପରାଜିତା ଷଢଙ୍ଗୀ ଅଛନ୍ତି।

ମାତ୍ର ଦୁଇଘଣ୍ଟାରେ ଏହା ସୁରଟରେ ପହଞ୍ଚିଛି। ବିମାନଟି ବାଙ୍ଗାଲୋର-ଭୁବନେଶ୍ୱର-ସୁରଟ ଯାତ୍ରା କରିବ। ବାଙ୍ଗାଲୋରରୁ ପ୍ରତି ସୋମବାର ଓ ଗୁରୁବାର ସକାଳ ୬ଟା ୧୦ମିନିଟ୍‌ରୁ ବିମାନଟି ବାହାରି ଭୁବନେଶ୍ୱରରେ ୮ଟା ୧୦ରେ ପହଞ୍ଚିବ। ଭୁବନେଶ୍ୱରରେ ଅଧଘଣ୍ଟା ରହିବା ପରେ ସକାଳ ୮ଟା ୪୦ମିନିଟ୍‌ରେ ସୁରଟ ଅଭିମୁଖେ ଉଡ଼ାଣ କରିବ। ସେହିପରି ପ୍ରତି ଶୁକ୍ରବାର ଓ ରବିବାର ବାଙ୍ଗାଲୋରରୁ ସକାଳ ୬ଟା ୧୦ରେ ବାହାରି ସୁରଟରେ ୮ଟାରେ ପହଞ୍ଚିବ। ସେଠାରେ ଅଧଘଣ୍ଟା ରହି ପୁଣି ୮ଟା ୩୦ରେ ଭୁବନେଶ୍ୱରକୁ ଆସିବ। ଭୁବନେଶ୍ୱରରେ ୧୦ଟା ୩୦ମିନିଟ୍‌ରେ ବିମାନଟି ଅବତରଣ କରିବ। ଭୁବନେଶ୍ୱରରୁ ସୁରଟକୁ ଅତି କମ୍‌ରେ ୪୫୦୩ ଟଙ୍କା ଭଡ଼ା ରହିଥିବାବେଳେ ସୁରଟରୁ ଭୁବନେଶ୍ୱରକୁ ଅତି କମ୍‌ରେ ୪୨୧୩ ଟଙ୍କା ରହିଛି। ସୂଚନାଯୋଗ୍ୟ, ପୂର୍ବରୁ ଭୁବନେଶ୍ୱରରୁ ସୁରଟକୁ ଯିବା ପାଇଁ ହେଲେ ଦିଲ୍ଲୀ ଯିବାକୁ ହେଉଥିଲା। ଯେହେତୁ ସୁରଟରେ ଅନେକ ଓଡ଼ିଆ ଲୋକ ବସବାସ କରୁଛନ୍ତି ତେଣୁ ତାଙ୍କ ସ୍ବାର୍ଥ ପାଇଁ ଏହି ଦୁଇଟି ସ୍ଥାନ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଏହାପରେ ଏୟାର-ଇଣ୍ଡିଆ ଏହି ସୁବିଧା ଯୋଗାଇବା ପାଇଁ ଇଚ୍ଛା ପ୍ରକାଶ କରିଥିଲା। ପରେ ପରେ ଏହି ବିମାନ ଚଳାଚଳ ହେବ ବୋଲି ବେସାମରିକ ବିମାନ ଚଳାଚଳ ବିଭାଗ ଯୁଗ୍ମ ସଚିବ ଉଷା ପାଢ଼ୀ ଟୁଇଟ୍‌ ଯୋଗେ ଜଣାଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.