କାଲିଠାରୁ ଦୁବାଇକୁ ଉଠିବ ବିମାନ
ଭୁବନେଶ୍ୱର, ୩୧।୩(ବ୍ୟୁରୋ): ଓଡ଼ିଶା ଦିବସ ଅବସରରେ ରାଜ୍ୟବାସୀଙ୍କୁ ନୂତନ ବିମାନ ସେବା ଭେଟି ଦେଇଛନ୍ତି ରାଜ୍ୟ ସରକାର। ଏଣିକି ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଉଡ଼ିବା ନେଇ ଶୁକ୍ରବାର ୫ଟି ସଚିବ ଭି.କେ. ପାଣ୍ଡିଆନ୍ ଘୋଷଣା କରିଛନ୍ତି। ଏହି ବହୁ ପ୍ରତୀକ୍ଷିତ ବିମାନ ଉଡ଼ାଣ ନିମନ୍ତେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକେଟ ବୁକିଂର ଶୁଭାରମ୍ଭ କରିବେ। ତେବେ ମେ’ ୧୫ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଭୁବନେଶ୍ୱରରୁ ଦୁବାଇକୁ ପ୍ରଥମ ବିମାନ ଉଡ଼ିିବ। ସେହିପରି ଦୁବାଇ ପରେ ଖୁବଶୀଘ୍ର ସିଙ୍ଗାପୁର ଓ ବ୍ୟାଙ୍କକ୍ ମଧ୍ୟରେ ବିମାନ ସେବା ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି।

4vg4sj
s038sx