banner
Breaking

ଅମୃତସରରୁ ଲଣ୍ଡନ ଉଡିବ ବିମାନ

0

ନୂଆଦିଲ୍ଲୀ : ଏୟାର ଇଣ୍ଡିଆ ପକ୍ଷରୁ ଅମୃତସରରୁ ଲଣ୍ଡନ ଓ ବର୍ମିହାମ ପାଇଁ ଅତିରିକ୍ତ ସିଧାସଳଖ ବିମାନ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ଯାତ୍ରୀଙ୍କୁ ଲଣ୍ଡନ ଯିବା ପାଇଁ ପ୍ରଥମେ ଦିଲ୍ଲୀ ଯିବାକୁ ପଡୁଥିଲା । ଏହାପରେ ସେଠାରୁ ଲଣ୍ଡନ ପାଇଁ ବିମାନ ଧରିବାକୁ ପଡୁଥିଲା । ଏବେ ଏୟାର ଇଣ୍ଡିଆ ଅମୃତସରରୁ ଲଣ୍ଡନ ଓ ବର୍ମିହାମ ପାଇଁ ସିଧାସଳଖ ଉଡାଣ ଆରମ୍ଭ କରିବାକୁ ଯାଉଛି । ଏହାଦ୍ୱାରା ପଞ୍ଜାବବାସୀଙ୍କୁ ଲାଭ ହେବ ନିଶ୍ଚିତ । ରାଘବ କହିଛନ୍ତି ଯେ ସେ ଗତବର୍ଷ ୧୯ ଡିସେମ୍ବରରେ ସଂସଦର ଶୀତକାଳୀନ ଅଧିବେଶନରେ ଏ ସମ୍ପର୍କରେ ଦାବି କରିଥିଲେ । ଏହା ପୂର୍ବରୁ ଅଗଷ୍ଟ ୨୦୨୨ରେ ବି ସେ ବିମାନ ଚଳାଚଳ ମନ୍ତ୍ରୀଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ । ରାଘବ ଚଢା ଲୋକ ସଭାରେ କହିଥିଲେ ପଞ୍ଜାବରେ ତ ଦୁଇଟି ଅନ୍ତର୍ଜାତୀୟ ବିମାନ ବନ୍ଦର ରହିଛି ହେଲେ ଏହା କେବଳ ନାମକୁ ମାତ୍ର ।

Khansweb Solution Bhubaneswar

Leave A Reply

Your email address will not be published.