banner
Breaking

ଆରମ୍ଭ ହେବ ଏୟାର ଆମ୍ବୁଲାନ୍ସ ସେବା

0

ଭୁବନେଶ୍ୱର,୨୦ା୧୨(ବ୍ୟୁରୋ): ରାଜ୍ୟବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଏୟାର ଆମ୍ବୁଲାନ୍ସ ସେବା ଆରମ୍ଭ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ପ୍ରଥମ ପର୍ଯ୍ୟାୟରେ ୪ଟି ଜିଲାରେ ଏହି ସେବା ଯୋଗାଇ ଦିଆଯିବ। ସେଗୁଡ଼ିକ ହେଲା ମାଲକାନଗିରି, କଳାହାଣ୍ଡି, ନବରଙ୍ଗପୁର ଓ ନୂଆପଡ଼ା। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏହି ଏୟାର ଆମ୍ବୁଲାନ୍ସ ସେବାର ଉଦ୍‌ଘାଟନ କରିବେ। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ରବିବାର ସମ୍ବଲପୁର ଗସ୍ତରେ ଆସି ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସୂଚନା ଦେଇଛନ୍ତି ା ସେ ଆହୁରି କହିଛନ୍ତି ଯେ ରାଜ୍ୟରେ
ଯେତେବେଳେ ଏକ୍‌ମୋ ଚିକିତ୍ସାର ଆବଶ୍ୟକ ପଡ଼ିଥିଲା, ସେ ସମୟରେ ମୁଖ୍ୟମନ୍ତ୍ରୀ କଟକ ଏସ୍‌ସିବିରେ ଏକ୍‌ମୋ ସେବା ଉଦ୍‌ଘାଟନ କରିଥିଲେ। ଏବେ ଜନସାଧାରଣ ସୁବିଧାରେ ଚିକିତ୍ସା ପାଉଛନ୍ତି। ଏବେ ଏୟାର ଆମ୍ବୁଲାନ୍ସ ସେବା ଆବଶ୍ୟକ ପଡୁଛି। ତେଣୁ ମୁଖ୍ୟମନ୍ତ୍ରୀ ଏୟାର ଆମ୍ବୁଲାନ୍ସ ସେବା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସେବା ଲାଗୁ ହେବା ଫଳରେ ରୋଗୀମାନଙ୍କୁ କମ୍‌ ସମୟ ମଧ୍ୟରେ ଡାକ୍ତରଖାନାରେ ପହଞ୍ଚା ଯାଇପାରିବ। ଏହି ସେବାକାର୍ଯ୍ୟ ଜିଲାପାଳମାନେ ପରିଚାଳନା କରିବେ। ଜିଲାପାଳମାନଙ୍କୁ ଏହି ଆମ୍ବୁଲାନ୍ସ ସେବାର ଆବଶ୍ୟକତା ନେଇ ଜଣାଇବା ପରେ ସୁବିଧା ଯୋଗାଇ ଦିଆଯିବ। ଯେଉଁମାନଙ୍କର ଏୟାର ଆମ୍ବୁଲାନ୍ସ ଆବଶ୍ୟକ ପଡ଼ିବ ସେମାନେ ଜିଲାପାଳଙ୍କ ମାଧ୍ୟମରେ ଆବେଦନ କରିବେ। ତେବେ ପୂର୍ବରୁ ଭୁବନେଶ୍ୱରରେ ଏୟାର ଆମ୍ବୁଲାନ୍ସ ସୁବିଧା ରହିଥିଲା। ଅନେକ ରୋଗୀଙ୍କୁ ସୁବିଧା ଯୋଗାଇ ଦିଆଯାଇଛି। ଏବେ ପ୍ରଥମ ପର୍ଯ୍ୟାୟରେ ୪ ଜିଲାକୁ ସାମିଲ କରାଯିବାର ଅଛି। ଆଗକୁ ସମସ୍ତ ଜିଲାରେ ଏହି ସୁବିଧା ଲାଗୁ କରାଯିବ। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶା ପାଇଁ ଏହା ଏକ ଗୌରବ କଥା ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ସୂଚନା କହିଛନ୍ତି।
ଏହି ପରିପ୍ରେକ୍ଷୀରେ ରାଜ୍ୟର ଡାକ୍ତର ଅଭାବ ଥିବା ଅଭିଯୋଗକୁ ନେଇ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଆଗାମୀ ୨ ବର୍ଷରେ ଡାକ୍ତର ସଂଖ୍ୟାରେ ଓଡ଼ିଶା ବଳକା ହୋଇଯିବ। ରାଜ୍ୟରେ ପୂର୍ବରୁ ୩ ମେଡିକାଲ କଲେଜ ରହିଥିଲା। ଏବେ ୭ଟି ମେଡିକାଲ କଲେଜ ହୋଇସାରିଛି। ଆଉ ୭ଟି ପ୍ରକ୍ରିୟାରେ ରହିଛି। ମେଡିକାଲ କଲେଜ ହୋଇଥିବାରୁ ଡାକ୍ତର ସଂଖ୍ୟା ମଧ୍ୟ ଅଧିକ ହୋଇଯିବ ବୋଲି ନବ ଦାସ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.