banner
Breaking

ଏମ୍ସ ଭୁବନେଶ୍ୱରରେ ଏବିସି ଇକୋକାର୍ଡିଓଗ୍ରାଫି ସମ୍ବନ୍ଧୀୟ ତାଲିମ କର୍ମଶାଳା

0

ଭୁବନେଶ୍ୱର,: ଗୁରୁତର ଅସୁସ୍ଥ ରୋଗୀଙ୍କ ପାଇଁ ଉନ୍ନତ ହୃଦ୍‌ରୋଗ ଏବଂ ଉତ୍ତମ ହେମୋଡାଇନାମିକ୍ ପରିଚାଳନା ଯୋଗାଇଦେବା ଉଦ୍ଦେଶ୍ୟରେ ଏମ୍ସ ଭୁବନେଶ୍ୱର ଆନାସ୍ଥେସିଓଲୋଜି ଏବଂ କ୍ରିଟିକାଲ କେୟାର ବିଭାଗ ପକ୍ଷରୁ ଏବିସି ଇକୋକାର୍ଡିଓଗ୍ରାଫିର ଦ୍ୱିତୀୟ ସଂସ୍କରଣ କର୍ମଶାଳା ଆୟୋଜିତ ହୋଇଯାଇଛି। ଗୁରୁତର ଥିବା ରୋଗୀଙ୍କୁ ନିଶ୍ଚେତକ ଏବଂ ଇଣ୍ଟେନସିଭିଷ୍ଟମାନେ ଦୈନିକ ହୃଦରୋଗ ତଥା ଅନ୍ୟାନ୍ୟ ବିଭିନ୍ନ ପରୀକ୍ଷା କରିଥାଆନ୍ତି। ଏହି କର୍ମଶାଳା ମାଧ୍ୟମରେ ଇକୋକାର୍ଡିଓଗ୍ରାଫିର କଳା ଏବଂ ବିଜ୍ଞାନକୁ ସରଳ ଭାବରେ ଜଣାଇବା ସହିତ ଏହାକୁ ରୋଗୀ ସେବା କ୍ଷେତ୍ରରେ ସୁପରିଚାଳନା କରି ଶ୍ରେଷ୍ଠ ଫଳ ଆଶା କରିବା ଉଦ୍ଦେଶ୍ୟରେ ଏହି କର୍ମଶାଳାର ପରିକଳ୍ପନା କରାଯାଇଥିବା ଆୟୋଜନ କମିଟି ଅଧ୍ୟକ୍ଷ ତଥା ଏମ୍ସ ଭୁବନେଶ୍ୱର ଆନାସ୍ଥେସିଓଲୋଜି ଏବଂ କ୍ରିଟିକାଲ କେୟାର ବିଭାଗ ମୁଖ୍ୟ ଡକ୍ଟର ସତ୍ୟଜିତ ମିଶ୍ର ପ୍ରକାଶ କରିଛନ୍ତି।
ଏହି କର୍ମଶାଳାରେ ଏମକେସିଜି ମେଡିକାଲ କଲେଜ, ବରହମପୁର ଭଳି ପ୍ରମୁଖ ସରକାରୀ କଲେଜ ସମେତ ରାଜ୍ୟର ପ୍ରମୁଖ ଘରୋଇ ହସ୍ପିଟାଲ ଯଥା ଆମରି, ସମ, କିମ୍ସ, କେୟାର ଏବଂ ହାଇଟେକ ହସ୍ପିଟାଲ ରାଉରକେଲାର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ସେହିଭଳି ଦେଶର ବିଭିନ୍ନ ଜାତୀୟ ପ୍ରତିଷ୍ଠାନର ବିଶେଷଜ୍ଞମାନେ ମଧ୍ୟ ଏହି କର୍ମଶାଳାରେ ଯୋଗଦେଇ ବିଭିନ୍ନ ତଥ୍ୟ ଉପସ୍ଥାପନା କରିଥିଲେ।
ଉଦଘାଟନୀ କାର୍ଯ୍ୟକ୍ରମରେ ଏମ୍ସ ଭୁବନେଶ୍ୱର ମେଡିକାଲ୍ ଅଧୀକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି, ଡିନ ଡାକ୍ତର ଦେବାଶିଷ ହୋତା, ଆୟୋଜନ କମିଟି ଅଧ୍ୟକ୍ଷ ଡାକ୍ତର ସତ୍ୟଜିତ ମିଶ୍ର, ସମ୍ପାଦକ ଡାକ୍ତର ସୌମ୍ୟ ସରକାର, ମେଡିସିନ ବିଭାଗ ସହକାରୀ ପ୍ରଫେସର ଡାକ୍ତର ଶ୍ରୀକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିଜିଆଇ ଚଣ୍ଡିଗଡ଼ର ଡାକ୍ତର ଭୁପେଶ କୁମାର, ଜିପମର ପୁଡୁଚେରୀର ଡାକ୍ଟର ସତ୍ୟେନ ପରିଡା, ଏମ୍ସ ରାୟପୁରର ଡାକ୍ଟର ସୁବ୍ରତ ସିଂ ଏବଂ ଏମ୍ସ ଭୋପାଳର ଡାକ୍ତର ଭୂଷଣମ୍ ପଡାଲାଙ୍କ ଭଳି ଜାତୀୟସ୍ତରର ବ୍ୟକ୍ତିବିଶେଷ ଏହି କର୍ମଶାଳାରେ ଯୋଗ ଦେଇଥିଲେ।
ନିଶ୍ଚେତକ, ହୃଦରୋଗ, ଇଣ୍ଟେନ୍ସିଭ୍ କେୟାର ଆଦି ବିଭାଗର ଡାକ୍ତରମାନେ ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.