banner
Breaking

ଭୁବନେଶ୍ବରରୁ ଦୁବାଇ ଉଡିବ ବିମାନ

0

ଭୁବନେଶ୍ୱର : ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ କରିବ। ଇଣ୍ଡିଗୋ ଏୟାରଲାଇନ୍ସ ଏହି ସେବା ଯୋଗାଇ ଦେବ। ଇଣ୍ଡିଗୋର ୬ଇ୦୦୨୭ ବିମାନଟି ସନ୍ଧ୍ୟା ୬ଟା ୫ରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରି ଦୁବାଇରେ ରାତି ୯ଟା ୪୫ରେ ପହଞ୍ଚତ୍ବ। ସେହିଭଳି ୬ଇ୦୦୨୮ ବିମାନ ପୂର୍ବାହ୍ନ ୧୧ଟା ୨୫ରେ ଦୁବାଇରୁ ବାହାରି ଭୁବନେଶ୍ୱରରେ ଅପରାହ୍ନ ୫ଟା ୫ରେ ଅବତରଣ କରିବ। ତେବେ ୫ ତାରିଖ ଦିନ ଦୁବାଇରୁ ପ୍ରଥମେ ଏହି ବିମାନ ଉଡ଼ାଣ ଆରମ୍ଭ କରି ଭୁବନେଶ୍ୱରରେ ପହଞ୍ଚତ୍ବ। ଦୀର୍ଘଦିନରୁ ଏହି ଅନ୍ତର୍ଜାତୀୟ ବିମାନସେବା ଆରମ୍ଭ ପାଇଁ ପ୍ରସ୍ତୁତି ଚାଲିଥିଲା। ତେବେ ଦୁବାଇକୁ ସିଧାସଳଖ ବିମାନ ଚାଲିବା ଦ୍ୱାରା ଆଉ ଅନ୍ୟ ରାଜ୍ୟକୁ ଯିବାକୁ କିମ୍ବା ବିମାନ ବଦଳାଇବାକୁ ପଡିବ ନାହିଁ। ଦୁବାଇ ପରେ ଖୁବ୍‌ଶୀଘ୍ର ସିଙ୍ଗାପୁର ଓ ବ୍ୟାଙ୍କକ୍‌କୁ ମଧ୍ୟ ସିଧାସଳଖ ବିମାନ ଚଳାଚଳ କରିବ। ଗତ ଡିସେମ୍ବର ୨୮ରେ ରାଜ୍ୟ କ୍ୟାବିନେଟ୍‌ ଏହାକୁ ଅନୁମୋଦନ କରିଥିଲା। ଏଥିସହ ରାଜ୍ୟ ସରକାର ବିମାନସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ପ୍ରସ୍ତାବ ମାଗିଥିବାବେଳେ ଇଣ୍ଡିଗୋ ଏହି ସେବା ପ୍ରଦାନ କରିବ ବୋଲି ସହମତି ଦେଇଥିଲା।
ଅନ୍ୟପକ୍ଷରେ ମାର୍ଚ୍ଚ ୫ ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଓ ପଞ୍ଚାୟତିରାଜ ଦିବସ। ଏହି ଦିନରୁ ଅନ୍ତର୍ଜାତୀୟ ବିମାନ ଉଡ଼ିବା ନିଶ୍ଚିତ ରାଜ୍ୟ ପାଇଁ ଗୌରବର ବିଷୟ ବୋଲି କୁହାଯାଉଛି। ପୁଣି ଉକ୍ତଦିନ ଭୁବନେଶ୍ୱର ବିମାନବନ୍ଦରରେ ବିଜୁ ପଟ୍ଟନାୟକଙ୍କ ଐତିହାସିକ ଡାକୋଟା ବିମାନକୁ ସର୍ବସାଧାରଣଙ୍କ ନିମନ୍ତେ ପ୍ରଦର୍ଶନ କରାଯିବ। ଏହି ବିମାନର ମରାମତି ଓ ସ୍ଥାପନ ପାଇଁ ଏରୋସ୍ପେସ୍‌ ରିସର୍ଚ୍ଚ ଆଣ୍ଡ୍‌ ଡେଭଲପ୍‌ମେଣ୍ଟ ସେଣ୍ଟର(ଏଆର୍‌ଡିସି) ୩ କୋଟି ଟଙ୍କାର ଚୁକ୍ତି କରିଛି। ଏଆର୍‌ଡିସି ବର୍ତ୍ତମାନ ବିମାନର ମରାମତି ଓ ସ୍ଥାପନ କାର୍ଯ୍ୟ ଆରମ୍ଭ କରିସାରିଥିବା ଜଣାପଡିଛି। ସୂଚନାଯୋଗ୍ୟ, ଡାକୋଟା ବିମାନଟି କୋଲକାତାରୁ ୩ଟି ଲରିରେ ଆସି ଗତ ମାସ ୧୮ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚତ୍ଥିଲା। ବିଭିନ୍ନ ସ୍ଥାନରେ ଲୋକେ ଭବ୍ୟ ସ୍ବାଗତ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିଜେ ଭୁବନେଶ୍ୱର ବିମାନବନ୍ଦରରେ ଡାକୋଟା ବିମାନକୁ ପୁଷ୍ପ ପକାଇ ସ୍ବାଗତ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.