banner
Breaking

ବିଶ୍ୱ ଆଦିବାସୀ ଦିବସ ପାଳିତ

0

ଭୁବନେଶ୍ବର, : ଆଦିମ୍ ଅୱାର ଜାର୍ପା ପକ୍ଷରୁ ବହୁ ଉତ୍ସାହ ଓ ଉଦ୍ଦୀପନାର ସହ ସ୍ଥାନୀୟ ଏଓଜେ କମ୍ୟୁନିଟି ସେଣ୍ଟରରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। କଲେଜ, ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହିତ ବହୁ ଅବସରପ୍ରାପ୍ତ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଆଡିସିନାଲ୍ ସେକ୍ରେଟେରୀ ଶ୍ରୀ ଭାଗବତ ମାଝୀ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଥିଲେ ଯେ, ଆଦିବାସୀ ସମାଜରେ ପୁରୁଷ ପୁରୁଷ ଧରି ଚାଲିଆସିଥିବା ରୀତି ନୀତିକୁ କିପରି ସଂରକ୍ଷିତ ରଖାଯାଇପାରିବ ଏବଂ ପରବର୍ତ୍ତୀ ପିଢୀରେ ତାହା କିପରି ରୂପାନ୍ତକରଣ ହୋଇପାରିବ ସେ ବିଷୟରେ ସବିଶେଷ ବିବରଣୀ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତାଭାବେ ଓୟୁଏଟିର ଆସିଷ୍ଟାଣ୍ଟ ପ୍ରଫେସର ଡ. ଶୁଭାଶିଷ ସୋରେନ ଯୋଗଦେଇ ଆଦିବାସୀ ମହିଳାମାନଙ୍କର କୌଳିକ ଜ୍ଞାନକୁ ଉଚ୍ଚ ପ୍ରସଂଶା କରିଥିଲେ। ଜୀବନ ଓ ଜୀବିକାଠାରୁ ପୂଜା ପାଠ ପର୍ଯ୍ୟନ୍ତ ପୂର୍ବ ପୁରୁଷମାନେ ଯେଉଁ ଜ୍ଞାନକୁ ହସ୍ତାନ୍ତର କରିଯାଇଛନ୍ତି ତାହା ଆଜି ପର୍ଯ୍ଯନ୍ତ ବଳବତ୍ତର ରହିଛି। ସହର ସଭ୍ୟତାରେ ତାହା ଯେପରି ବିଲୁପ୍ତ ନ ହୁଏ ସେଥିପ୍ରତି ସଚେତନ ରହିବା ପାଇଁ ପରାମର୍ଶ ଦେଇଥିଲେ। କିସ୍ ପ୍ରତିଷ୍ଠାନର ଉପ ନିର୍ଦ୍ଦେଶକ ଶ୍ରୀ କାଦେ ସୋରେନ ଯୁକ୍ତ ରାଷ୍ଟ୍ର ସଂଗଠନ (ୟୁଏନଓ) ବୈଠକରେ ଯୋଗଦେଇଥିବାର ଅଭିଜ୍ଞତା ପ୍ରତିପାଦନ କରିବା ପୂର୍ବକ ଆଦିବାସୀ ସମାଜ କିପରି ମିଳିତ ଭାବରେ କାମ କରି ଏକତାକୁ ବଜାୟ ରଖି ଆଗାମୀ ଦିନରେ ନିଜର ପରିଚୟ ଓ ଅଧିକାର ସାବ୍ୟସ୍ତ କରିବା ପାଇଁ ମିଳିତ ସଂଗ୍ରାମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ସଂସ୍ଥାର ସାଧାରଣ ସମ୍ପାଦକ ମନୋଜ ମାର୍ଣ୍ଡି ବିଶ୍ୱ ଆଦିବାସୀ ଦିବସ ଥିମ୍ ଉପରେ ବିସ୍ତୃତ ବିବରଣୀ ଦେଇଥିଲେ। ସମାଜରେ ମହିଳାମାନଙ୍କର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇଥିଲେ। ସଭାପତି ଶ୍ରୀ କାରୁ ମୁର୍ମୁଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ସୁରଖୁରରେ ସମାପନ କରାଯାଇଥିଲା। ବରିଷ୍ଠ ସଦସ୍ୟ ଶ୍ରୀ ସାଧୁ ଚରଣ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ମାଦଳ ଓ ଧାମସାର ତାଳେ ତାଳେ ନାଚ ଗୀତର ଆସର ଖୁବ ଜମିଥିଲା।

Khansweb Solution Bhubaneswar

Leave A Reply

Your email address will not be published.