banner
Breaking

ଯନ୍ତ୍ରଣାରେ ଛଟପଟ ସାମ୍ବାଦିକ ! ଆସିଲାନି ଆମ୍ବୁଲାନ୍ସ

0

ଭୁବନେଶ୍ବର:ରାଜଧାନୀର ମେରୁଦଣ୍ଡ କୁହାଯାଉଥିବା ଏଜି ଛକରେ ଆଜି ଦେଖିବାକୁ ମିଳିଥିଲା ଏକ ଭିନ୍ନ ଚିତ୍ର।ଗୋଟେ ପଟେ ଦୁର୍ଘଟଣାରେ ଶିକାର ହେଇ ଫଟୋ ସାମ୍ବାଦିକ ମଳୟ କୁମାର ବେହେରା ଛଟପଟ ହେଉଥିବା ବେଳେ ଅନ୍ୟପଟେ ହେଲମେଟ୍ ଚେକିଙ୍ଗ ରେ ବ୍ୟସ୍ତ ଥିଲା କମିସନରେଟ୍ ପୋଲିସ୍।ସାମ୍ବାଦିକ ଜଣକ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ନା ଆସିଥିଲା ଆମ୍ବୁଲାନ୍ସ ନା ଅାସିଥିଲା ପିସିଆର ଭ୍ୟାନ।ହେଲମେଟ୍ ଚେକିଙ୍ଗ କରୁଥିବା ପୋଲିସକୁ ବହୁ ଅନୁରୋଧ କଲାପରେ ଅଧଘଣ୍ଟା ପରେ ପହଞ୍ଚିଥିଲା ପିସିଆର୍ ଭ୍ୟାନ।
ସୂଚନା ଅନୁଯାୟୀ ଆଜି ଦିନ ୧୨ଟା ବେଳେ ସାମ୍ବାଦିକ ସମ୍ମିଳନୀ ସାରି ଫେରୁଥିବା ସମୟରେ ଏଜି ଛକରେ ଫଟୋ ସାମ୍ବାଦିକ ମଳୟକୁ ଏକ ନିଶାସକ୍ତ ଅଟୋ ଚାଳକ ଧକ୍କା ଦେଇଥିଲା।ମଳୟ ତଳେ ପଡି ଛଟପଟ ହେଉଥିବା ସମୟରେ ଫୋନ୍ କରିଥିଲେ ୧୦୮ ଆମ୍ବୁଲାନ୍ସକୁ ହେଲେ ଆସିନଥିଲା ଆମ୍ବୁଲାନ୍ସ।ସେହି ଛକରେ ହେଲମେଟ୍ ଚେକିଙ୍ଗ କରୁଥିବା ପୋଲିସ୍ ବି କିଛି ସାହାଯ୍ୟ କରିନଥିଲେ।ଏମିତି ଅଧଘଣ୍ଟା ଛଟପଟ ହେଲାପରେ ପହଞ୍ଚିଥିଲା ପିସିଆର୍ ଭ୍ୟାନ।କିଛି ସାମ୍ବାଦିକଙ୍କ ସହାୟତାରେ ମଳୟକୁ ନିଆଯାଇଥିଲା କ୍ୟାପିଟାଲ ହସ୍ପିଟାଲକୁ ,ହେଲେ ନା ସେଠି ଦେଖିବାକୁ ମିଳିଥିଲା କେଉଁ ଡାକ୍ତର କିମ୍ବା ନର୍ସଙ୍କର।ସମସ୍ତେ ଲଞ୍ଚ୍ ବ୍ରେକରେ ପଳାଇଥିଲେ।ଏମିତି ଦୁଇ ଘାଣ୍ଟା କାଳ ଅପେକ୍ଷା କଲାପରେ ତାଙ୍କ ଚିକିତ୍ସା କରାଯାଇଥିଲା ଓ ଗୋଡ ଭାଙ୍ଗିଯାଇଥିବା ଜଣାପଡିଥିଲା।ମଳୟଙ୍କ ଚିକିତ୍ସା ପରେ ସେ ଏବେ ସୁସ୍ଥ ଅଛନ୍ତି।ଯଦି ଖୋଦ ରାଜଧାନୀ ଭୁବନେଶ୍ବରର ଅବସ୍ଥା ଏମିିିିତି ତାହେଲେ ଉପାନ୍ତ ଅଞ୍ଚଳର ଅବସ୍ଥା ନକହିବା ଭଲ।ଅନ୍ୟପଟେ ଦୁର୍ଘଟଣା ଘଟାଇ ଥିବା ଅଟୋକୁ ପୋଲିସ୍ ଜବତ କରି ତଦନ୍ତ କରୁଛି।

Khansweb Solution Bhubaneswar

Leave A Reply

Your email address will not be published.