banner
Breaking

୧୦୮ ଆମ୍ବୁଲାନ୍ସକୁ ପିଟିଲା ଟ୍ରକ : ଅଳ୍ପକେ ବର୍ତ୍ତିଲେ ଗର୍ଭବତୀ

0

କେନ୍ଦୁଝର : ନୟାକୋଟ ଥାନା ଅନ୍ତର୍ଗତ କୁମୁଣ୍ଡି ନିକଟରେ ଏକ ୧୦୮ ଆମ୍ବୁଲାନ୍ସକୁ ପିଟିଲା ଟ୍ରକ। ଖୁବ ଦ୍ରୁତ ଗତିରେ ଟ୍ରକଟି ଆସୁଥିବା ଦେଖି ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ରାସ୍ତାକଡରେ ଗାଡିଟିକୁ ଛିଡାକରି ଦେଇଥିଲେ। ଏହାସତ୍ତ୍ବେ ମଧ୍ୟ ଟ୍ରକ ଡ୍ରାଇଭର ଗାଡିଟିକୁ ଆଣି ପିଟି ଦେଇଥିଲା। ଫଳରେ ଆମ୍ବୁଲାନ୍ସରେ ଥିବା ଗର୍ଭବତୀ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହାପରେ ଏକ ୧୦୨ ଆମ୍ବୁଲାନ୍ସ ଯାଇ ଗର୍ଭବତୀଙ୍କୁ ଡାକ୍ତାଖାନାକୁ ଆଣିଲା। ଶୁଆକାଟିରେ ଘଟିଥିବା ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ଘଟିନାହିଁ। ଏହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

Khansweb Solution Bhubaneswar

Leave A Reply

Your email address will not be published.