banner
Breaking

ଓଲଟିଲା ଯାତ୍ରାପାର୍ଟି ବସ, କଳାକାର ଆହତ

0

କାମାକ୍ଷାନଗର,୧୨ା୫(ବ୍ୟୁରୋ): ଢେଙ୍କାନାଳ ଜିଲା ମହାବିରୋଡ୍‌ ଫାଣ୍ଡି ଜରଡ଼ା ଘାଟିରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଉକ୍ତ ଘାଟିରେ ‘ଜଗଦମ୍ବା’ ନାମକ ଯାତ୍ରା ପାର୍ଟି ବସ୍‌ ଓଲଟି ପଡ଼ିବାରୁ ୧୦ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ଆଜି ସକାଳେ ‘ଜଗଦମ୍ବା’ ନାମକ ଯାତ୍ରା ପାର୍ଟି ବସ୍‌ ପ୍ରାୟ ୩୫ରୁ ଊର୍ଦ୍ଧ୍ୱ କଳାକାରଙ୍କୁ ନେଇ କଙ୍କଡାହାଡ଼ରୁ ଗଡ଼ପଳାଶୁଣି ଯାତ୍ରା ପରିବେଷଣ କରିବାକୁ ଯାଉଥିଲା। ମାତ୍ର ଜରଡ଼ା ଘାଟି ନିକଟରେ ଭାରସାମ୍ୟ ହରାଇ ଏହା ଓଲଟି ପଡ଼ିଥିଲା। ଏଥିରେ ୧୦ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଆହତମାନେ ହେଲେ ବିଜୟ ଦାସ,ଶିଶିର ସେଠୀ,ନରେନ୍ଦ୍ର ବେହେରା,ଶିବ ପ୍ରସାଦ ଦାସ,ସସ୍ମିତା ବେହେରା,ଆଶା ମଲ୍ଲିକ,ଯଦୁନାଥ ଜେନା,ମାନଗୋବିନ୍ଦ ଜେନା,ସୁଧୀର ଖିଲାର,ରିଙ୍କି ବେହେରା,ବିଜୟ ପ୍ରଧାନ ।

Khansweb Solution Bhubaneswar

Leave A Reply

Your email address will not be published.