banner
Breaking

ଅଟୋରୁ ପଡି ମହିଳା ଗୁରୁତର।

0

ଭୁବନେଶ୍ୱର,୧୪/୨(ଓଡ଼ିଆ ନ୍ୟୁଜ): ଆଚାର୍ଯ୍ୟ ବିହାରରୁ ସୈନିକ ସ୍କୁଲ ରାସ୍ତାରେ ଅଟୋରେ ଯାଉଥିବା ବେଳେ ଅଟୋରୁ ଖସିପଡି ଗୁରୁତର ଆହତ ହୋଇଛନ୍ତି ମହିଳା। ବର୍ତ୍ତମାନ ସୁଧା କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସୂଚନାଯୋଗ୍ୟ ଆଚାର୍ଯ୍ୟ ବିହାର ଛକରୁ ଏକ ପାସେଞ୍ଜର ଅଟୋରେ ଚଣ୍ଡିଖୋଲ ବାହାଦୂର ସାହିର ରଶ୍ମିରେଖା ରାଉତ ନାମ୍ନୀ ମହିଳା ଆଦିମାତା କଲୋନୀରେ ଥିବା ଏକ ଆଶ୍ରମକୁ ଯାଉଥିଲେ। ଆପୋଲ ହସ୍ପିଟାଲ ନିକଟରେ ହଠାତ ତଳକୁ ଖସିପଡିଲେ। ମୁହଁ ମାଡି ପଡିବାରୁ ମୁଣ୍ଡ ଫାଟିଯିବା ସହ ଗୋଡହାତ ଅତି ଗୁରୁତର ଭାବରେ ଖଣ୍ଡିଆ ଖାବରା ହୋଇଥିଲା। ଏହି ସମୟରେ ସାମ୍ବାଦିକ ସୁକାନ୍ତ ରାଉତ ତାଙ୍କୁ ଉଠାଇବା ସହ ୧୦୮ କୁ ଫୋନ କରିଥିଲେ। ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ହେବାରୁ ୧୦୦ କୁ ଫୋନ କରିଥିଲେ। କିଛି ସମୟପରେ ପିସିଆର ଭ୍ୟାନ ପହଞ୍ଚିଥିଲା। ହାବିଲଦାର ଦୁଖିରାମ ମାରାଣ୍ଡିଙ୍କ ଓ କର୍ମଚାରୀଙ୍କ ସହାୟତାରେ ମହିଳା ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଘର ପରିଚୟ ବିଷୟରେ କିଛି କହିପାରୁ ନାହାନ୍ତି। ଆମ୍ବୁଲାନ୍ସ ଠାରୁ ପିସିଆର ଶୀଘ୍ର ପହଞ୍ଚି ସେବା ଯୋଗାଇ ଥିବାରୁ ଲୋକମାନେ କମିଶନରେଟ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.