banner
Breaking

ନୂଆ ମୋଟରଯାନ ଆଇନ ଲାଗୁପରେ କମିଛି ଦୁର୍ଘଟଣା।

0

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ରାଜ୍ୟରେ ମୋଟର ଯାନ ଆଇନ କଡାକଡି ହେବା ପରେ ସଡ଼କ ଦୁର୍ଘଟଣା ହ୍ରାସ ପାଇଛି। ଗତବର୍ଷ ତୁଳନାରେ ଚଳିତବର୍ଷ ୪.୭ ପ୍ରତିଶତ କମିଛି। ମୃତ୍ୟୁହାର ୧୨% କମିଛି। ସଡ଼କ ସୁରକ୍ଷା ନେଇ ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟ ସଡ଼କ ସୁରକ୍ଷା ପରିଷଦ ବୈଠକରୁ ଏହି ସୂଚନା ମିଳିଛି। ତେବେ ଜାନୁୟାରୀରୁ ଅକ୍ଟୋବର ୩୦ ମଧ୍ୟରେ ରାସ୍ତା ଦୁର୍ଘଟଣା ବୃଦ୍ଧି ପାଇଛି।
ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଜାତୀୟ ସ୍ତରରେ ପ୍ରତି ୧୦୦ ଦୁର୍ଘଟଣାରେ ୩୨ ଜଣ ପ୍ରାଣ ହରାଉଥିବାବେଳେ ଓଡ଼ିଶାରେ ୪୭ ଜଣଙ୍କର ପ୍ରାଣହାନି ହେଉଛି। ୨୦୧୮ରେ ୫୩୧୫ ଜଣଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବାବେଳେ ୫ ହଜାର ଗୁରୁତର ଆହତ ହୋଇଛନ୍ତି। ସେହିପରି ୨୦୦୮ରୁ ୨୦୧୮ ମଧ୍ୟରେ ଓଡ଼ିଶାରେ ୩୮ ହଜାର ୨୦୪ ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ୭୦% ରୋଜଗାରକ୍ଷମ ବ୍ୟକ୍ତି ବୋଲି ଜଣାପଡିଛି। ରାସ୍ତା ଦୁର୍ଘଟଣା ରାଜ୍ୟରେ ସାଂଘାତିକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରୁଥିବାରୁ ସୁପ୍ରିମକୋର୍ଟ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ୨୦୨୦ ସୁଦ୍ଧା ଦୁର୍ଘଟଣାଜନିତ ମୃତ୍ୟୁ ୨୦% ହ୍ରାସ କରିବାକୁ ପଦକ୍ଷେପ ନେବା ସକାଶେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହାର ଠିକ୍‌ ବିପରୀତ ଦେଖିବାକୁ ମିଳୁଛି। ୨୦୧୮ ତୁଳନାରେ ୨୦୧୯ ଜାନୁୟାରୀରୁ ସେପ୍ଟେମ୍ବର ମଧ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁହାର ୭.୫ ପ୍ରତିଶତ ବୃଦ୍ଧି ହୋଇଛି। ଏହି ସମୟରେ ୪୧୧୫ ଜଣଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଦୁର୍ଘଟଣା ହାର କମାଇବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଦୁର୍ଘଟଣା ସମୟରେ ତୁରନ୍ତ ଚିକିତ୍ସା ମିଳିପାରୁ ନ ଥିବାରୁ ବହୁ ଲୋକଙ୍କର ମୃତ୍ୟୁ ହେଉଛି। ସେଥିପାଇଁ କଟକ ଓ ଭୁବନେଶ୍ୱର ସହରର କେତେକ ଘରୋଇ ହସ୍ପିଟାଲରେ ମାଗଣାରେ ଚିକିତ୍ସା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.