banner
Breaking

୧୮ରେ ସର୍ବଦଳୀୟ ବୈଠକ। ଶପଥ ନେବେ ୨ ବିଧାୟକ।

0

ଭୁବନେଶ୍ୱର,୧୫ା୧୧(ଓଡ଼ିଆ ନ୍ୟୁଜ): ବିଧାନସଭା ଶୀତକାଳୀନ ଅଧିବେଶନ ପାଇଁ ଆସନ୍ତା ୧୮ ତାରିଖରେ ସର୍ବଦଳୀୟ ବୈଠକ ବସିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି। ବିଧାନସଭା ଶୀତକାଳୀନ ଅଧିବେଶନ ପରିଚାଳନା କିପରି ହେବ ସେ ନେଇ ବୈଠକରେ ଆଲୋଚନା ହେବ।

ମୁଖ୍ୟତଃ ଚଳିତ ଅଧିବେଶନରେ ଗୃହ ଭିତରେ ଷ୍ଟାର ପ୍ରଶ୍ନ ଉପରେ ଆଲୋଚନା ହେବ ନା ନାହିଁ, ସେ ନେଇ ମତାମତ ନିଆଯିବ। ସେହିଦିନ ଦୁଇ ନୂଆ ବିଧାୟକ ବିଜୟ ଶଙ୍କର ଦାସ ଓ ସ୍ବରୂପ ଦାସ ଶପଥ ନେବେ। ଏଥର ବି ଗୋଟିଏ ପ୍ରସଙ୍ଗରେ ଦୁଇ ଦିନ ମୁଲତବୀ ପ୍ରସ୍ତାବ ଆଲୋଚନା ଆସି ପାରିବ ନାହିଁ।

ଶୀତକାଳୀନ ଅଧିବେଶନ ଚଳିତ ବର୍ଷ ଡିସେମ୍ବର ୩୧ ତାରିଖ ପୂର୍ବରୁ ହେବ ବୋଲି ବାଚସ୍ପତି ସୂଚନା ଦେଇଥିଲେ। ବିଧାନସଭା ବିଧି ଅନୁସାରେ ୬୦ ଦିନ ଗୃହ କାର୍ଯ୍ୟ ଚାଲିବା କଥା। କିନ୍ତୁ ତୃତୀୟ ଓ ଚତୁର୍ଥ ଅଧିବେଶନରେ ମୋଟ ୨୦ ଦିନ ଗୃହ କାର୍ଯ୍ୟ ଚାଲିଥିଲା। ତେଣୁ ଡିସେମ୍ବର ପୂର୍ବରୁ ଆଉ ୪୦ ଦିନ ଗୃହ କାର୍ଯ୍ୟ ବସିବାକୁ ବାକି ରହିଛି। ହେଲେ କେବେ ଅଧିବେଶନ ବସିବ, ସେନେଇ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି। ରାଜ୍ୟପାଳଙ୍କ ନିଷ୍ପତ୍ତି ପରେ ୪୦ ଦିନର କ୍ୟାଲେଣ୍ଡର ପ୍ରସ୍ତୁତ କରାଯିବ ବୋଲି ବାଚସ୍ପତି କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.