banner
Breaking

ସରପଞ୍ଚ ଏବଂ ଶିକ୍ଷକଙ୍କୁ ମିଳିବ ଅବଦୁଲ କାଲାମ ଆୱାର୍ଡ଼

0

ଭୁବନେଶ୍ୱର : ଏସ କେ ଏଣ୍ଟର ପ୍ରାଇଜେସ୍ ତରଫରୁ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଆସନ୍ତା ଶନିବାର ରାଜ୍ୟସ୍ତରୀୟ ଅବଦୁଲ କାଲାମ ଆୱାର୍ଡ଼ କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ସରପଞ୍ଚ, ସମିତି ସଭ୍ୟ, ଶିକ୍ଷକ, କ୍ରୀଡାବିତ୍, ସମାଜସେବୀ, ଲେଖକ ଏବଂ ନୃତ୍ୟଶିଳ୍ପୀଙ୍କୁ ସମ୍ମାନିତ କରାଯିବ। ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଡିଶାର ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ ଉପସ୍ଥିତ ରହି ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ମାନିତ କରିବେ। ପୁରସ୍କାର ବାବଦରେ ସମସ୍ତଙ୍କୁ ମାନପତ୍ର, ଉତ୍ତରୀୟ, ତାମ୍ର ଫଳକ ଏବଂ ପଚାଶ ହଜାର ଟଙ୍କାର ଆର୍ଥିକ ରାଶି ମଧ୍ୟ ପ୍ରଦାନ କରାଯିବ। ମୁଖ୍ୟ ଅତିଥିଙ୍କ ବ୍ୟତିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଜ୍ଞାନପୀଠ ପୁରସ୍କାର ବିଜୟିନୀ ଶ୍ରୀମତୀ ପ୍ରତିଭା ରାୟ, ବିଶିଷ୍ଟ ଶିଳ୍ପପତି ମୋନିକା ଲାଲ୍ ଶର୍ମା, ବଲିଉଡ୍ କଣ୍ଠଶିଳ୍ପୀ କୁମାର ସାନୁ ଏବଂ ଚଳଚ୍ଚିତ୍ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି। ଏଥି ସହିତ ରାଜ୍ୟପାଳଙ୍କ ଦ୍ଵାରା ଓଡ଼ିଶା ଗୌରବ ପୁସ୍ତକ ମଧ୍ୟ ଉନ୍ମୋଚିତ କରାଯିବ। ବିଶିଷ୍ଟ ଲେଖିକା ଶ୍ରୀମତୀ ଅଭିଲିପ୍ସା ସାମନ୍ତରାୟଙ୍କ ପୁସ୍ତକ ସମୟ ବଡ ବଳବାନ ପୁସ୍ତକ ମଧ୍ୟ ଲୋକାର୍ପିତ ହେବ। ଏଠାରେ ସୂଚନାଯୋଗ୍ୟ ଅଟେ ମହାମାରୀ କୋଭିଡ୍ କାରଣରୁ ଗତ ଦୁଇ ବର୍ଷ ହେବ ଅବଦୁଲ କାଲାମ ଆୱାର୍ଡ଼ କାର୍ଯ୍ୟକ୍ରମ ସ୍ତଗିତ ରହିଥିଲା।ଏହି ପୁରସ୍କାର କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ସମସ୍ତ ନିମନ୍ତ୍ରିତ ଅତିଥି ମାନଙ୍କୁ ସାଙ୍ଗରେ ଆଧାର କାର୍ଡ ଏବଂ କୋଭିଡ ଟୀକାର ପ୍ରମାଣପତ୍ର ଆଣିବା ଲାଗି ଏସ କେ ଏଣ୍ଟର ପ୍ରାଇଜେସ୍ ସଭାପତି ତୈଳେନ୍ଦ୍ର କୁମାର ସୂଚନା ପ୍ରଦାନ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.