banner
Breaking

ଆବାସ ଯୋଜନାକୁ ସ୍ବଚ୍ଛ ରଖିବାକୁ ମନ୍ତ୍ରୀ ନେଲେ ପଦକ୍ଷେପ।

0

ଭୁବନେଶ୍ୱର, ୨୬ା୧୦(ଓଡ଼ିଆ ନ୍ୟୁଜ): ପଞ୍ଚାୟତରେ ପାତର ଅନ୍ତର ନୀତି ଉପରେ ଅଙ୍କୁଶ ଲାଗିବ। କୁଜିନେତାଙ୍କ ହାତଗୁଞ୍ଜା ବନ୍ଦ ହୋଇଯିବ। ଦୀର୍ଘ ବର୍ଷ ହେବ ମନମାନି କରି ନିଜ ଇଚ୍ଛାରେ ଆବାସ ଘରକୁ ବାଣ୍ଟୁଥିବା ନେତା ଓ ସରକାରୀ ବାବୁ ମାନଙ୍କ ସବୁ ଭିତିରିଆ ସ୍କିମ ବନ୍ଦ ହୋଇଯିବ। କାରଣ ନବୀନ ବାବୁଙ୍କ ମୋ ସରକାର ଓ ୫ଟି ସଫଳ ରୂପାୟନ ଦେବା ପାଇଁ ଅଣ୍ଟା ଭିଡିଛନ୍ତି ଖୋଦ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ଡିଆରଡ଼ିଏ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଆଜି ଚିଠି ଲେଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ । ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ସ୍ୱଚ୍ଛତା ପାଇଁ ପଦକ୍ଷେପ ନିଆଯାଇଛି । ସବୁ ଜିଲ୍ଲାରେ କଲ ସେଣ୍ଟର ଖୋଲିବାକୁ ଚିଠିରେ ଉଲ୍ଲେଖ କରାଯାଇଛି । କଲ ସେଣ୍ଟରରୁ ପ୍ରତିଦିନ ୫୦ ହିତାଧିକାରୀଙ୍କୁ ଫୋନ କରାଯିବ । କଲ ଫୋନ କରି କଣ ପାଇଁ ଅର୍ଥ ପାଇବାରେ ବିଳମ୍ବ ହେଉଛି ସରକାର ପଚାରି ଫିଡ଼ବ୍ୟାକ ନେବେ । କିଏ ବାଧକ ସାଜୁଛି ସେ ନେଇ ବି ଫିଡ଼ବ୍ୟାକ ନେବେ ସରକାର । ଏହା ପରେ ଆରମ୍ଭ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ ।

Khansweb Solution Bhubaneswar

Leave A Reply

Your email address will not be published.